ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବକରପୁର ଗାଁର ଅରବିନ୍ଦ ମିଶ୍ରଙ୍କର ଦୁବୃର୍ତ୍ତଙ୍କ ଗୁଳିମାଡରେ ମୃତ୍ୟୁ ହୋଇଛି।ଏହି ଗୁଳିକାଣ୍ଡରେ ମୃତକଙ୍କ ପତ୍ନୀ ମିନାକ୍ଷୀ ଏବଂ ତାଙ୍କ ପୁଅ ପୁଅ ଶୁଭକେଶ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଶନିବାର ମଧ୍ୟାହ୍ନରେ ଦୁଇଜଣ ଅଚିହ୍ନା ଯୁବକ ଏକ ବାଇକରେ ଆସି ଶୁଭକେଶଙ୍କ ଘରେ ପଶି ଅତର୍କିତ ଗୁଳି ଚଳାଇଥିଲେ।

ଶୁଭକେଶ ଘରେ ଥିବା ସମୟରେ ଦୁଇ ଜଣ ଯୁବକ ଘରେ ପଶି ଆଖିବୁଜା ଗୁଳି ଚଳାଇଥିଲେ।ଗୁଳି ଶୁଭକେଶଙ୍କ ବେକ ଦେଇ ଚାଲିଯିବା ସମୟରେ ସେ ଚିତ୍କାର କରିଥିଲେ। ଚିତ୍କାର ଶୁଣି ତାଙ୍କ ବାପା ଅରବିନ୍ଦ ମିଶ୍ର ଓ ମା’ ମିନତୀ ମିଶ୍ର ସେଠାରେ ପହଞ୍ଚି ପ୍ରତିବାଦ କରିବାରୁ ଦୁବୃର୍ତ୍ତମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ସେମାନଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଶୁଭକେଶଙ୍କ ଘରେ ପଶି ଦୁଇ ଦୁବୃର୍ତ୍ତଙ୍କୁ କାବୁ କରିଥଲେ।

ଦୁବୃର୍ତ୍ତଙ୍କ ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିବା ଅରବିନ୍ଦ ମିଶ୍ର, ତାଙ୍କ ପତ୍ନୀ ଏବଂ ପୁଅକୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଅରବିନ୍ଦ ମିଶ୍ରଙ୍କର ମୃତ୍ୟୁ ହୋଇଛି। ମିନାକ୍ଷୀ ଏବଂ ଶୁଭକେଶ ଚିକିତ୍ସିତ ହେଉଛନ୍ତି। ଅଭିଯୁକ୍ତମାନଙ୍କୁ ଗ୍ରାମବାସୀ ପୋଲିସ ଜିମା ଦେବା ସହ ସେମାନଙ୍କ ବାଇକ୍ ଜାଳି ଦେଇଛନ୍ତି। ଅଭିଯୁକ୍ତ ଦ୍ବୟଙ୍କ ମଧ୍ୟରୁ ଜଣକର ଘର ବିଞ୍ଝାରପୁର ଓ ଅନ୍ୟଜଣକ ଘର ଖୋର୍ଦ୍ଧାରେ ବୋଲି ଜଣାପଡ଼ିଛି। ମହାକାଳପଡ଼ା ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Comment