ଓଡ଼ିଶାଲାଇଭ୍ ବ୍ୟୁରୋ  

ବିଶ୍ୱ ବୃକକ୍ ଦିବସ ଅବସରରେ ଆଲନିଚ୍ ଲାଇଫ୍‌ସାଇନ୍ସ ପକ୍ଷରୁ ୟୁଜର୍‌-ଫ୍ରେଣ୍ଡଲି ହେଲଥ୍ ଆପ୍‌ର ଶୁଭାରମ୍ଭ କରାଯାଇଛି। ଏହି ଆପ୍ ମାଧ୍ୟମରେ ସିକେଡି(କ୍ରୋନିକ୍ କିଡ୍‌ନୀ ଡିଜିଜ୍‌) ରୋଗୀଙ୍କୁ ଡାକ୍ତରମାନଙ୍କ ସହାୟତାରେ ଉପଯୁକ୍ତ ପରାମର୍ଶ ଉପଲବ୍ଧ କରାଯାଇପାରିବ।

ଏହି ଆପ୍ କିଡନୀ ସ୍ୱାସ୍ଥ୍ୟ, ବ୍ୟାୟାମ, ଦୈନନ୍ଦିନ ସ୍ୱାସ୍ଥ୍ୟ ଅଭ୍ୟାସ, ସିକେଡି ଏବଂ ଡାଏଲିସିସ ରୋଗୀଙ୍କ ପାଇଁ ଉପଯୋଗୀ ଡାଏଟ୍‌, ଯାହାଦ୍ୱାରା ରୋଗୀଙ୍କ ଲାଗି ପୃଷ୍ଟିକର ହେବା ସହିତ ସହଜ ଏବଂ ସୁସ୍ଥ ହୋଇ ପାରିବ।ସିକେଡି ରୋଗୀମାନେ ସେମାନଙ୍କର ଦୈନନ୍ଦିନ ଜୀବନରେ ଆହ୍ୱାନର ସମ୍ମୁଖୀନ ହୁଅନ୍ତି ଏବଂ ସେମାନେ ଖାଉଥିବା ଖାଦ୍ୟର ପ୍ରକାର, ନିର୍ଦ୍ଦିଷ୍ଟ ଉପାଦାନ ସହିତ ରେସିପି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ନିୟମିତ ସହାୟତା ଆବଶ୍ୟକ କରନ୍ତି। ଡାଏଟ୍ କମାଇବା ଦ୍ୱାରା ସେମାନଙ୍କ ରକ୍ତରେ ବର୍ଜ୍ୟ ପଦାର୍ଥ ପରିମାଣ କମି ଯାଇଥାଏ।

ଡାଏଲିସିସ ଏକ ନିରନ୍ତର ପ୍ରକ୍ରିୟା, ତେଣୁ ଖାଦ୍ୟପେୟ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ହୋଇଥାଏ। ଏକ କିଡନୀ ଡାଏଟ ଅନୁସରଣ କରିବା ଦ୍ୱାରା କିଡନୀ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ସହ ସମ୍ପୂର୍ଣ୍ଣ କିଡନୀ ଫେଲ୍ୟୁରକୁ ମନ୍ଥର କରିବାରେ ସାହାଯ୍ୟ କରିଥାଏ।

Comment