ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଞ୍ଚଳ, ମଣିପୁର ଏବଂ ଗୋଆର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି। ବିଧାନସଭା ନିର୍ବାଚନ ହୋଇଥିବା ୫ ରାଜ୍ୟରେ ଗୁରୁବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ପଞ୍ଜାବରେ ଆମ ଆଦମୀ ପାର୍ଟିର ଦବଦବା ଜାରି ରହିଥିବାବେଳେ ଅନ୍ୟ ଚାରି ରାଜ୍ୟ ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଞ୍ଚଳ ଏବଂ ଗୋଆରେ ଆଗରେ ରହିଛି ବିଜେପି।

ଉତ୍ତର ପ୍ରଦେଶର ବହୁ ଚର୍ଚ୍ଚିତ କଇରାନା ବିଧାନସଭା ଆସନରେ ପୁଣି ଥରେ ଭାରତୀୟ ଜନତା ପାଟି ଆଗରେ ରହିଛି। ବିଜେପି ପ୍ରାର୍ଥୀ ମୃଙ୍ଗାକା ସିଂ ସମାଜବାଦୀ ପାର୍ଟିର ନାହିଦ ହାସନଙ୍କଠାରୁ ପ୍ରାୟ ୧୨ ହଜାର ଭୋଟରେ ଆଗରେ ରହିଛନ୍ତି। ଉତ୍ତର ପ୍ରଦେଶରେ ବିଜେପି ଏବଂ ସମାଜବାଦୀ ପାର୍ଟି ମଧ୍ୟରେ କଡ଼ା ଟକ୍କର ହୋଇଛି।

ପଞ୍ଜାବର ପଟିଆଲା ଆସନରୁ ପରାଜିତ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦ୍ର ସିଂହ। ଆମ ଆଦମୀ ପାର୍ଟିର ଅଜିତପାଲ ସିଂ କୋହଲି ଅମରିନ୍ଦ୍ର ସିଂହଙ୍କୁ ୧୯ ହଜାର ଭୋଟରେ ମାତ ଦେଇଛନ୍ତି। ନିର୍ବାଚନ ପୂର୍ବରୁ ଅମରିନ୍ଦ୍ର ସିଂହ କଂଗ୍ରେସ ଛାଡ଼ି ନିଜର ଦଳ ଗଢ଼ିଥିଲେ।

Tag: #Election #AssemblyElection #UPElection #GOA #Punjab #Uttarakhand #Manipur #BJP #Congress #AAP #SP #BSP

Comment