ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଜଣାପଡ଼ିବ ୫ ରାଜ୍ୟରେ କିଏ ଗଢ଼ିବ ସରକାର। ୫ ରାଜ୍ୟ ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଞ୍ଚଳ, ମଣିପୁର ଏବଂ ଗୋଆର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସାରା ଦେଶର ନଜର ଅଟକି ରହିଛି। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ତାଜା ସୂଚନା ଅନୁସାରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ ବିଜେପି ଆଗୁଆ ରହିଛି। ପଞ୍ଜାବରେ ଆମ ଆଦମୀ ପାର୍ଟି(ଆପ୍)ର ଦବଦବା ଜାରି ରହିଛି। ପଞ୍ଜାବରେ କଂଗ୍ରେସ ଏବଂ ଆପ୍ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। କଂଗ୍ରେସର ଆଧିପତ୍ୟ ରହିଥିବା ପଞ୍ଜାବରେ ଏବେ କେଜ୍ରିଓ୍ଵାଲଙ୍କ କ୍ରେଜ ଦେଖିବାକୁ ମିଳୁଛି।

ଉତ୍ତର ପ୍ରଦେଶ, ପଞ୍ଜାବ, ମଣିପୁର, ଉତ୍ତରାଖଣ୍ଡ ଏବଂ ଗୋଆରେ ସ୍ଥିତି ନଜରକୁ ଆସିଛି। ୪ଟି ରାଜ୍ୟରେ ବିଜେପି ସରକାର ଗଢ଼ିବାର ଆଶା ବଢ଼ିବାରେ ଲାଗିଛି। ବତ୍ତର୍ମାନ ସ୍ଥିତି ଅନୁସାରେ ଉତ୍ତର ପ୍ରଦେଶରେ ବିଜେପି ୨୬୧, ସମାଜବାଦୀ ପାର୍ଟି ୧୨୭ଟି, ବହୁଜନ ସମାଜ ପାର୍ଟି ୬ଟି ଏବଂ ୩ଟି ଆସନରେ କଂଗ୍ରେସ ଆଗରେ ରହିଛି। ଉତ୍ତରାଖଣ୍ଡରେ ବିଜେପି ୪୨ଟି ଏବଂ କଂଗ୍ରେସ ୨୪ଟି ଆସନରେ ଆଗୁଆ ରହିଛି।

ଏହା ସହ ପଞ୍ଜାବରେ ଆମ୍ ଆଦମୀ ପାର୍ଟି ୮୯ଟି ଏବଂ କଂଗ୍ରେସ ୨୪ଟି ଆସନରେ ଆଗରେ ରହିଛି। ସେହିପରି ଗୋଆରେ ବିଜେପି ୧୯ଟି, କଂଗ୍ରେସ ୧୨ଟି, ଟିଏମସି ୫, ଆପ ୧ ଏବଂ ଅନ୍ୟ ୩ଟି ଆସନରେ ଆଗୁଆ ଏବଂ ମଣିପୁରରେ ବିଜେପି ୨୮ଟି, କଂଗ୍ରେସ ୭ଟି ଏବଂ ଅନ୍ୟ ୨୫ଟି ଆସନରେ ଆଗରେ ରହିଛି।

ଏବେ ଏବେ ମିଳିଥିବା ଖବର ଅନୁସାରେ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ମୋଟ ୫ଟି ବିଧାନସଭା ଆସନରୁ ୪ଟି ଆସନରେ ବିଜେପି ଆଗରେ ରହିଛି। ଗୋଟିଏ ଆସନରେ ସମାଜବାସୀ ପାର୍ଟି ଆଗୁଆ ଚାଲିଛି। ଅଯୋଧ୍ୟାର ଗୋସାଇଗଂଜ ବିଧାନସା ଆସନରୁ ସମାଜବାଦୀ ପାର୍ଟିର ପ୍ରାର୍ଥୀ ହୋଇଥିବା ଅଭୟ ସିଂ ୨,୬୦୦ ଭୋଟରେ ଆଗୁଆ ରହିଛନ୍ତି। ଅଭୟଙ୍କ ପଛରେ ରହିଛନ୍ତି ବିଜେପି ପ୍ରାର୍ଥୀ ଆରତୀ ତିବାରୀ।

Tag: #Election #AssemblyElection #UPElection #GOA #Punjab #Uttarakhand #Manipur #BJP #Congress #AAP #SP #BSP

Comment