ଓଡ଼ିଶାଲାଇଭ ବ୍ୟୁରୋ

ଉତ୍ତରାଖଣ୍ଡର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। ଭାରତୀୟ ଜନତା ପାର୍ଟି ୪୫ଟି ଆସନରେ ଆଗୁଆ ରହିଛି। ଏହାସହ ୨୨ଟି ଆସନରେ କଂଗ୍ରେସ ଏବଂ ତିନୋଟି ଆସନରେ ସ୍ୱାଧୀନ ପ୍ରାର୍ଥୀମାନେ ଆଗରେ ରହିଛନ୍ତି। ଏମଧ୍ୟରେ ସବୁଠାରୁ ବଡ଼ ଖବର ହେଲା ଯେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତ ଲାଲକାନ ଆସନରୁ ପରାସ୍ତ ହୋଇଛନ୍ତି।

ବିଜେପିର ମୋହନ ସିଂ ବିଶ୍ୱ ହରିଶ ରାୱତଙ୍କୁ ୧୪ ହଜାର ଭୋଟରେ ପରାସ୍ତ କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଖତିମା ଆସନରୁ ୨ ହଜାରରୁ ଅଧିକ ଭୋଟରେ ପଛରେ ରହିଛନ୍ତି। ମନ୍ତ୍ରିମଣ୍ଡଳ ୩ ମନ୍ତ୍ରୀ ବଂଶୀଧର ଭଗତ, ଡାକ୍ତର ଧନସିଂ ରାୱତ ଓ ସୁବୋଧ ଉନିୟାଲ ବି ପଛୁଆ ଥିବା ଜଣାଯାଇଛି। ଉତ୍ତରାଖଣ୍ଡରେ ବିଜେପି ୭୦ରୁ ୪୩ଟି ଆସନରେ ଆଗୁଆ ରହିଛି।

ତେଣେ କଂଗ୍ରେସ  ୨୪ଟି, ବହୁଜନ ସମାଜ ପାର୍ଟି ୧ଟି ଓ ଅନ୍ୟମାନେ ୨ଟି ଆସନରେ ଆଗୁଆ ରହିଛନ୍ତି । ସୋମବାର କେତେକ ଏକଜିଟ୍ ପୋଲରେ ଉତ୍ତରାଖଣ୍ଡରେ ବିଜେପି ପୁଣି ସରକାର ଗଠନ କରିବ ବୋଲି କୁହାଯାଇଥିଲା।

Tags: #UttarakhandElectionResult #HarishRawat #Congress #BJP #PushkarSinghDhami #AssemblyElectionResult

Comment