ଓଡ଼ିଶାଲାଇଭ୍ ବ୍ୟୁରୋ

ସୋମବାର ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଏଏସ୍ଆଇଙ୍କୁ ମୃତ୍ୟୁ ହୋଇଛି। ମୃତ ଏଏସଆଇ ହେଉଛନ୍ତି ଆଇଟିବିପି ୫୩ ବାଟାଲିଅନର ରାଜେନ୍ଦ୍ର ସିଂ। ମାଲକାନଗିରି-ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ଏହି ଅଘଟଣ ଘଟିଛି। ବିସ୍ଫୋରଣରେ ଜଣେ କନେଷ୍ଟବଳ ଗୁରୁତର ଆହତ ହୋଇଛନ୍ତି।

ଛତିଶଗଡ଼ ନାରାୟଣପୁର ଜିଲ୍ଲା ସୋନପୁର ଥାନା ଅନ୍ତର୍ଗତ ଧଣ୍ଡରିବାଡ଼ା ଅଞ୍ଚଳରେ ରାସ୍ତା କାମ ଚାଲିଥିବାବେଳେ ଆଇଟିବିପି ୫୩ ବାଟାଲିଅନର ଯବାନମାନେ ଅପରେସନ ଚଳାଇ ଥିଲେ। ଏହି ସମୟରେ ମାଓବାଦୀଙ୍କ ଦ୍ଵାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା। ଘଟଣାସ୍ଥଳରେ ହିଁ ଏଏସଆଇ ରାଜେନ୍ଦ୍ର ସିଂଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ଜଣେ କନେଷ୍ଟବଳ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତ ଫେବ୍ରୁଆରି ୫ ତାରିଖରେ କଳାହାଣ୍ଡି ଜିଲ୍ଲା ମଦନପୁର-ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରି ନିକଟରେ ମାଓବାଦୀଙ୍କ ଦ୍ଵାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସାମ୍ବାଦିକ ରୋହିତ କୁମାର ବିଶ୍ଵାଳଙ୍କର ମୃତ୍ୟୁ ହୋଇଥିଲା।

Tag: #LandmineExplosion #ASIdead #SearchOperation #Malkangiri #CHattisgarh

Comment