ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚାଲି ଚାଲି ଆସି ଭୋଟ ଦେଇଥିବା ଦେଖିବାକୁ ମିଳିଛି। ଜଣେ ସାଧାରଣ ନାଗରିକ ଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ନିୟମ ପାଳନ ପୂର୍ବକ ଭୁବନେଶ୍ଵର ପଳାସପଲ୍ଲୀ ବୁଥ୍‌ର ୫୨ ନମ୍ବର ଓ୍ଵାର୍ଡରେ ମତଦାନ କରିଛନ୍ତି।

ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଥିବା ମୁଖ୍ୟମନ୍ତ୍ରୀ ମତାଧିକାର ସାବ୍ୟସ୍ତ କରିବା ପରେ ସହରୀ ଭୋଟରଙ୍କୁ ନିଜର ମତାଧିକାର ସାବ୍ୟସ୍ତ କରିବା ଲାଗି କହିଛନ୍ତି। ମତଦାନ ପରେ ମୁଖ୍ୟମନ୍ତ୍ରୀ ଟ୍ଵିଟ କରି ସମସ୍ତଙ୍କୁ ନିଜ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ପରାମର୍ଶ ଦେଇଛନ୍ତି। ପ୍ରତିଟି ଭୋଟ ମୂଲ୍ୟବାନ। ରାଜ୍ୟରେ ଆରମ୍ଭ ହୋଇଥିବା ପୌର ନିର୍ବାଚନରେ ବିପୁଳ ସଂଖ୍ୟାରେ ସାମିଲ ହୋଇ ଗଣତନ୍ତ୍ରକୁ ଆହୁରି ମଜବୁତ କରିବା ଲାଗି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଚାଲି ଚାଲି ଆସି ପଳାସପଲ୍ଲୀ ବୁଥର ୫୨ ନମ୍ବର ଓ୍ଵାର୍ଡରେ ଭୋଟ ଦେଇଥିଲେ। ପୌର ନିର୍ବାଚନ ଲାଗି ଚାଲିଥିବା ମତଦାନ ସମୟରେ ସମସ୍ତଙ୍କୁ କୋଭିଡ ନିୟମ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ ନିଜେ ଭୋଟ ଦେବା ସହ ଅନ୍ୟମାନଙ୍କୁ ଭୋଟ ଦେବାକୁ ଉତ୍ସାହିତ କରିବା ଲାଗି କହିଛନ୍ତି।

Tags: #Election #MunicipalElection #MunicipalElection2020 #OdishaMunicipalElection #CMOdisha #Naveen Patnaik

Comment