ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପ୍ରଦେଶ(ୟୁପି)ରେ ଆରମ୍ଭ ହେଲା ଯୋଗୀ ଆଦିତ୍ୟନାଥଙ୍କ ଦ୍ଵିତୀୟ ଇନିଂସ। ଦ୍ଵିତୀୟ ଥର ପାଇଁ ୟୁପିର ମୁଖ୍ୟମନ୍ତ୍ରୀ ଗାଦିରେ ବସିଲେ ଯୋଗୀ।

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିକୁ ବିପୁଳ ଜନ ସମର୍ଥନ ମିଳିଲା। ୟୁପିରେ ଯୋଗୀଙ୍କ ନେତୃତ୍ଵକୁ ଚାରି ଆଡ଼ୁ ପ୍ରଶଂସାର ସୁଅ ଛୁଟିଲା। ଜନତାଙ୍କ ବିଶ୍ଵାସ ଜିତିବାରେ ସଫଳ ହୋଇଥିବା ଯୋଗୀ ଆଦିତ୍ୟନାଥ ପୁଣି ଥରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶୁକ୍ରବାର ସନ୍ଧ୍ୟାରେ ଶପଥ ଗ୍ରହଣ କରିଛନ୍ତି।

ଯୋଗୀ ଆଦିତ୍ୟନାଥ ଦ୍ଵିତୀୟ ଥର ପାଇଁ ଆଜି ୟୁପିର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ୟୁପି ରାଜ୍ୟପାଳ ଆନନ୍ଦବେନ ପଟେଲ ଯୋଗୀ ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଥିଲେ। କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରଜେଶ ପାଠକ ଉପମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି।

ଉତ୍ତରପ୍ରଦେଶରେ ଦୀର୍ଘ ୩୫ ବର୍ଷ ପରେ ବିଜେପିକୁ ଦ୍ଵିତୀୟ ଥର ବହୁମତ ହାସଲ ହୋଇଛି। ଉତ୍ତରପ୍ରଦେଶ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଲକ୍ଷ୍ନୌର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଇକାନା ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଛି। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅନେକ କେନ୍ଦ୍ର ମନ୍ତ୍ରୀ ଏବଂ ବିଜେପି ଶାସିତ ମୁଖ୍ୟମନ୍ତ୍ରୀମାନେ ସାମିଲ ହୋଇଥିଲେ।

ଯୋଗୀଙ୍କ ମନ୍ତ୍ରୀଣ୍ଡଳରେ ୧୬ ଜଣ କ୍ୟାବିନେଟ ମନ୍ତ୍ରୀ, ୧୪ ଜଣ ରାଜ୍ୟ ମନ୍ତ୍ରୀ(ସ୍ଵତନ୍ତ୍ର ଦାୟିତ୍ଵ) ଏବଂ ୨୦ ଜଣ ରାଜ୍ୟ ମନ୍ତ୍ରୀ ସାମିଲ ହୋଇଛନ୍ତି। ଦିନେଶ ଶର୍ମା, ଶ୍ରୀକାନ୍ତ ଶର୍ମା, ସିଦ୍ଧାର୍ଥନାଥ ସିଂହ, ମୁକୁଟ ବିହାରୀ ବର୍ମାଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦିଆଯାଇଛି।

ଯୋଗୀଙ୍କ ମନ୍ତ୍ରୀମଣ୍ଡଳରେ ଦାନିଶ ଆଜାଦ

ଚଳିତ ଥର ମୋହସିନ ରାଜାଙ୍କୁ ବାଦ ଦେଇ ତାଙ୍କ ସ୍ଥାନରେ ଦାନିଶ ଆଜାଦଙ୍କୁ ରଖାଯାଇଛି। ଦାନିଶ ଯୋଗୀଙ୍କ ମନ୍ତ୍ରୀମଣ୍ଡଳର ମୁସଲିମ ଚେହେରା ହୋଇଛନ୍ତି। ଦାନିଶ ଆଜାଦଙ୍କ ଘର ବାଂସଡିହ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅପାୟଲ ଗାଁରେ। ଦାନିଶ ଉତ୍ତରପ୍ରଦେଶରେ ଭାରତୀୟ ଜନତା ପାଟି ସଂଖ୍ୟାଲଘୁ ମୋର୍ଚ୍ଚାର ପ୍ରଦେଶ ମହାମନ୍ତ୍ରୀ ଅଛନ୍ତି। ୟୁପି ଉର୍ଦ୍ଦୁ ଭାଷା କମିଟିର ସେ ସଦସ୍ୟ ମଧ୍ୟ ରହିସାରିଛନ୍ତି। ଲକ୍ଷ୍ନୌ ୟୁନିଭର୍ସିଟିରେ ଅଧ୍ୟୟନ କରିବା ସମୟରେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ସହ ସାମିଲ ହୋଇଥିଲେ।

କ୍ୟାବିନେଟ ମନ୍ତ୍ରୀ

ସୂର୍ଯ୍ୟ ପ୍ରତାପ ଶାହୀ, ସୁରେଶ କୁମାର ଖାନ୍ନା, ସ୍ଵତନ୍ତ୍ର ଦେବ ସିଂହ, ବେବୀ ରାଣୀ ମୌର୍ଯ୍ୟ, ଲକ୍ଷ୍ମୀ ନାରାୟଣ ଚୌଧୁରୀ, ଜୟବୀର ସିଂହ, ଧର୍ମପାଲ ସିଂହ, ନନ୍ଦ ଗୋପାଳ ଗୁପ୍ତ ନନ୍ଦୀ, ଭୂପେନ୍ଦ୍ର ସିଂହ ଚୌଧୁରୀ, ଅନୀଲ ରାଜଭର, ଜିନିତ ପ୍ରସାଦ, ରାକେଶ ସଚାନ, ଅରବିନ୍ଦ କୁମାର ଶର୍ମା, ଯୋଗେନ୍ଦ୍ର ଉପାଧ୍ୟୟ, ଆଶିଷ ପଟେଲ ଏବଂ ସଂଜୟ ନିଷଦ।

ରାଜ୍ୟ ମନ୍ତ୍ରୀ(ସ୍ଵତନ୍ତ୍ର ଦାୟିତ୍ଵ)

ନିତିନ ଅଗ୍ରବାଲ, କପିଲଦେବ ଅଗ୍ରବାଲ, ରବୀନ୍ଦ୍ର ଜୟସବାଲ, ସନ୍ଦୀପ ସିଂହ, ଗୁଲାବ ଦେବୀ, ଗିରିଶ ଚନ୍ଦ୍ର ଯାଦବ, ଧର୍ମବୀର ପ୍ରଜାପତି, ଅସୀମ ଅରୁଣ, ଜେପିଏସ୍ ରାଠୋର, ଦୟାଶଙ୍କର ସିଂହ, ନରେନ୍ଦ୍ର କଶ୍ୟପ, ଦିନେଶ ପ୍ରତାପ ସିଂହ, ଅରୁଣ କୁମାର ସକ୍ସେନା ଏବଂ ଦୟାଶଙ୍କର ମିଶ୍ର ଦୟାଲୁ।

ରାଜ୍ୟ ମନ୍ତ୍ରୀ

ମୟଙ୍କେଶ୍ଵର ସିଂହ, ଦିନେଶ ଖଟିକ, ସଂଜୀବ ଗୌଡ଼, ବଲଦେବ ସିଂହ ଓଲଖ, ଅଜିତ ପାଲ, ଜସବନ୍ତ ସୈନୀ, ରାମକେଶ ନିଷଦ, ମନୋହର ଲାଲ ମନ୍ନୁ କୌରୀ, ସଂଜୟ ଗଂଗବାର, ବ୍ରୁଜେଶ ସିଂହ, କେପି ମଲିକ, ସୁରେଶ ରାହୀ, ସୋମେନ୍ଦ୍ର ତୋମର, ଅନୁପ ପ୍ରଧାନ, ପ୍ରତିଭା ଶୁକ୍ଳା, ରାକେଶ ରାଠୋର, ରଜନୀ ତିବାରୀ, ସତୀଶ ଶର୍ମା, ଦାନିଶ ଆଜାଦ ଅଂସାରୀ ଏବଂ ବିଜୟ ଲକ୍ଷ୍ମୀ ଗୌତମ। 

 ଯୋଗୀ ଆଦିତ୍ୟନାତଥଙ୍କ ରାଜନୈତିକ ଯାତ୍ରା

ଯୋଗୀ ଆଦିତ୍ୟନାଥ ୧୯୯୮ ଲୋକସଭା ନିର୍ବାଚନରେ ଗୋରଖପୁର ସଂସଦୀୟ ଆସନରୁ ଭାରତୀୟ ଜନତା ପାର୍ଟି ଟିକେଟରୁ ପ୍ରଥମ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେହି ସମୟରେ ଯୋଗୀ ଆଦିତ୍ୟନାଥ ସବୁଠାରୁ କମ୍ ବୟସର ସାଂସଦ ହୋଇଥିଲେ। ଏହା ପରେ ସେ ୧୯୯୯, ୨୦୦୪, ୨୦୦୯ ଏବଂ ୨୦୧୪ରେ ଲୋକସଭା ନିର୍ବାଚନରେ ଲଗାତର ଗୋରଖପୁର ସଂସଦୀୟ ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। 

୨୦୧୪ ସେପ୍ଟେମ୍ବର ୧୨ ତାରିଖରେ ମହନ୍ତ ଅବୈଦ୍ୟନାଥଙ୍କ ନିଧନ ପରେ ଯୋଗୀ ଆଦିତ୍ୟନାଥ ଗୋରଖପୁର ମନ୍ଦିରର ମହନ୍ତ ହୋଇଥିଲେ। ୟୁପି ବିଧାନସଭା ନିର୍ବାଚନ ୨୦୧୭ରେ ବିଜେପିକୁ ପୂର୍ଣ୍ଣ ବହୁମତ ମିଳିଥିଲା। ଏହା ପରେ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ।

ଉତ୍ତରପ୍ରଦେଶର ବହୁ ବର୍ଷର ରେକର୍ଡ ଭାଙ୍ଗି ଦୁଇ ଥର ମୁଖ୍ୟମନ୍ତ୍ରୀ ଗାଦିରେ ବସିଛନ୍ତି ଯୋଗୀ ଆଦିତ୍ୟନାଥ। ଜଣେ ମହନ୍ତ ଉତ୍ତରପ୍ରଦେଶ ରାଜନୈତିକ ଇତିହାସରେ ଏତେ ବଡ଼ ପରିବର୍ତ୍ତନ ଆଣିବା କରିବା ସମସ୍ତଙ୍କୁ ବିସ୍ମିତ କରିଛି।

Tags: #YogiSarkar #Uttarpradesh #BJP #CMUP #YogiAdityanath #OathTakingCeremony

Comment