ଓଡ଼ିଶାଲାଇଭ୍ ବ୍ୟୁରୋ

ଇଂଜିନିଅରିଂ ପାଠପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ଇଂଜିନିଅରିଂ ପାଠପଢ଼ିବାକୁ ହେଲେ ପୂର୍ବରୁ ଗଣିତ ପାଠପଢ଼ିଥିବା ବାଧ୍ୟତାମୂଳକ ନୁହେଁ। ଏକ ତୃତୀୟାଂଶ ଇଂଜିନିଅରିଂ ପାଠପଢ଼ା ପାଇଁ ଗଣିତ ବାଧ୍ୟତାମୂଳକ ନୁହେଁ ବୋଲି ଏଆଇସିଟିଇ ୨୦୨୨-୨୩ ନିୟମାବଳୀରେ ଘୋଷଣା କରାଯାଇଛି।

ବିଶେଷ କରି ଆର୍କିଟେକ୍ଚର, ବାୟୋଟେକ୍ନୋଲୋଜି ଓ ଫ୍ୟାସନ ଟେକ୍ନୋଲୋଜିରେ ଇଂଜିନିଅରିଂ କରିବା ଲାଗି ପୂର୍ବ ଶ୍ରେଣୀ ଗଣିତର ଆବଶ୍ୟକତା ପଡ଼ିବ ନାହିଁ। ସେହିଭଳି କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରିକାଲ ଏବଂ ଇଲେକ୍ଟ୍ରୋନିକ୍ସ ଇଂଜିନିଅରିଂ ପାଇଁ ଦ୍ଵାଦଶ ଶ୍ରେଣୀରେ ରସାୟନ ବିଜ୍ଞାନକୁ ଇଚ୍ଛାଧିନ ବିଷୟ ରଖାଯାଇପାରିବ ବୋଲି ନିୟମାବଳୀରେ ଉଲ୍ଲେଖ ରହିଛି।

ନୂଆ ନିୟମାବଳୀରେ ୨୯ଟି ଡିପ୍ଲୋମା ଏବଂ ସ୍ନାତକ ପାଠ୍ୟକ୍ରମ ମଧ୍ୟରୁ ୧୦ଟିରେ ଗଣିତକୁ ଇଚ୍ଛାଧୀନ ବିଷୟ କରାଯାଇଛି। ସେହିଭଳି କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରୋନିକ୍ସ, ଇନଫର୍ମେସନ ଟେକ୍ନୋଲୋଜି, ବାୟୋଲୋଜି, ବାୟୋଟେକ୍ନୋଲୋଜି, କୃଷି ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା, ଇଂଜିନିୟରିଂ ଗ୍ରାଫିକ୍ସ, ଇନଫର୍ମସେନ ପ୍ରାପ୍ଟିସ, ବିଜନେସ ଷ୍ଟଡିଜ ଏବଂ ଇଣ୍ଟରପ୍ରିନ୍ୟୁରସିପ୍ ଆଦି ପାଠ ପଢ଼ିଥିଲେ ଏବେ ଇଂଜିନିଅରିଂ ପାଠ ପଢ଼ି ହେବ ବୋଲି ଏଆଇସିଟିଇର ନୂଆ ନିୟମାବଳୀରେ ଉଲ୍ଲେଖ କରାଯାଇଛି।
Tags: #Education #Engineering #Mathematics #EngineeringStudy

Comment