ଓଡ଼ିଶାଲାଇଭ୍ ବ୍ୟୁରୋ
କଳ୍ପନା ଦାସ ଏବଂ ତାଙ୍କ ଝିଅ ପ୍ରଭାତୀ ଦାସ ହତ୍ୟା ମାମଲାରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଶନିବାର ଛତିଶଗଡ଼ ରାୟଗଡ଼ ସେସନ୍ସ କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ବର୍ଦ୍ଧନ ଟପ୍ପୋଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି। ବର୍ଦ୍ଧନ ଟପ୍ପୋ ଅନୁପ ସାଏଙ୍କ ଡ୍ରାଇଭର ଥିଲେ।
ଗତ ୨୦୧୬ ଏପ୍ରିଲ ମାସରେ ଝାରସୁଗୁଡ଼ା ସୀମାନ୍ତ ଛତିଶଗଡ଼ରେ କଳ୍ପନା ଦାସ ଏବଂ ତାଙ୍କ ଝିଅ ପ୍ରଭାତୀ ଦାସ(ବବଲି)ଙ୍କୁ ହତ୍ୟା କରାଯାଇଥିଲା। ଉଭୟଙ୍କୁ ହତ୍ୟା କରାଯାଇ ଛତିଶଗଡ଼ ସୀମାରେ ଫିଙ୍ଗି ଦିଆଯାଇଥିଲା। ଛତିଶଗଡ଼ ପୋଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସର ଖୋଳତାଡ଼ ପରେ ଏହି ହତ୍ୟାକାଣ୍ଡକୁ ନେଇ ବିଭିନ୍ନ ଥାନାରୁ ମୃତକଙ୍କ ସମ୍ପର୍କରେ ତଥ୍ୟ ମିଳିଥିଲା।
ସମସ୍ତ ତଥ୍ୟକୁ ଆଧାର କରି ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ସନ୍ଦେହରେ ୨୦୨୦ ମସିହା ଫେବ୍ରୁଆରି ୧୩ ତାରିଖରେ ଛତିଶଗଡ଼ର ରାୟଗଡ଼ ପୋଲିସ ଅନୁପ ସାଏଙ୍କୁ ଗିରଫ କରିଥିଲା। ଆଜି ଏହି ହତ୍ୟାକାଣ୍ଡରେ ରାୟ ପ୍ରକାଶ କରି କୋର୍ଟ ଉପରୋକ୍ତ ଶୁଣାଣି କରିଛନ୍ତି।
Tags: #DoubleMurderCase #AnupSai #FormerMLA #LifeTimeImprisonment