ଓଡ଼ିଶାଲାଇଭ୍ ବ୍ୟୁରୋ
ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂ ମାନ ନିଜର ୩୦ ଦିନର ରିପୋର୍ଟ କାର୍ଡ ପ୍ରକାଶ କରିଛନ୍ତି। ପଞ୍ଜାବ ସରକାର ଏକ ମାସ ମଧ୍ୟରେ କେଉଁ କାମ ସବୁ କରିଛନ୍ତି ଏହି ରିପୋର୍ଟ କାର୍ଡରେ ଉଲ୍ଲେଖ କରାଯାଇଛି। ଏହା ସହ ମାନ ସରକାର ପଞ୍ଜାବବାସୀଙ୍କ ପାଇଁ ଉପହାର ଘୋଷଣା କରିଛନ୍ତି। ଆସନ୍ତା ଜୁଲାଇ ପହିଲାଠାରୁ ପ୍ରତି ଘର ପିଛା ୩୦୦ ୟୁନିଟ ମାଗଣା ବିଜୁଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମାନ।
ପଞ୍ଜାବରେ ଭଗବନ୍ତ ସିଂ ମାନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ନେବାର ଏକ ମାସ ପୁରା ହୋଇଛି। ଏହି ଅବସରରେ ସାଧାରଣ ଜନତାଙ୍କୁ ଉପହାର ଦେଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ। ଜୁଲାଇ ୧ ତାରିଖଠାରୁ ପଞ୍ଜାବବାସୀଙ୍କୁ ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ବ୍ୟବହାର କରିବାକୁ ମିଳିବ।
ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିବାଲଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ ଆଲୋଚନା କରିଥିଲେ। ଦୀର୍ଘ ସମୟର ଆଲୋଚନା ପରେ ପଞ୍ଜାବବାସୀଙ୍କ ପାଇଁ ଖୁସି ଖବର ଅଛି ବୋଲି ଭଗବନ୍ତ ସିଂ ମାନ ପୂର୍ବରୁ ସଙ୍କେତ ଦେଇଥିଲେ।
Tags: #PanjabCM #CMBhagwantSinghMann #FreeElectricity