ଓଡ଼ିଶାଲାଇଭ୍ ବ୍ୟୁରୋ

ବିବାହ ବନ୍ଧନରେ ବାନ୍ଧି ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂ ମାନ। ଗୁରୁବାର ଦିନ ୧୨ଟାରେ ଗୁରୁପ୍ରିତ କୌରଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଭଗବନ୍ତ ସିଂ ମାନ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ବିବାହ ଉତ୍ସବରେ ସାମିଲ ହୋଇ କନ୍ୟାଦାନ କରିଛନ୍ତି। ଖୁବ୍ କମ୍ ଲୋକଙ୍କ ଗହଣରେ ସମସ୍ତ ରୀତିନୀତି ସହକାରରେ ବିବାହ ଅନୁଷ୍ଠିତ ହୋଇଛି।

ମୁଖ୍ୟମନ୍ତ୍ରୀ ମାନଙ୍କ ଜୀବନ ସାଥୀ ସାଜିଥିବା ୩୨ ବର୍ଷିୟ ଗୁରପ୍ରିତ କୌର ଭଗବନ୍ତ ସିଂ ମାନଙ୍କଠାରୁ ବୟସରେ ପ୍ରାୟ ୧୬ ବର୍ଷ ସାନ। ଗୁରୁପ୍ରିତ କୌରଙ୍କୁ ଦ୍ଵିତୀୟ ବିବାହ କରିଛନ୍ତି ଭଗବନ୍ତ ମାନ। ୨୦୧୫ ମସିହାରେ ଭଗବନ୍ତ ସିଂ ମାନ ପ୍ରଥମ ପତ୍ନୀଙ୍କଠାରୁ ଛାଡ଼ପତ୍ର ନେଇଥିଲେ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂ ମାନଙ୍କ ସହ ଗୁରପ୍ରିତ କୌରଙ୍କ ସହ ଚାରି ବର୍ଷ ପୂର୍ବେ ଦେଖା ହୋଇଥିଲା। ୨୦୧୯ ଲୋକସଭା ନିର୍ବାଚନରେ ଗୁରୁପ୍ରିତ କୌର ଭଗବନ୍ତ ମାନଙ୍କ ପାଇଁ ପ୍ରଚାର ମଧ୍ୟ କରିଥିଲେ। ପରେ ଭଗବନ୍ତ ମାନଙ୍କ ମା’ ଏବଂ ଭଉଣୀ ଗୁରପ୍ରିତଙ୍କ ସହ ବିବାହ ଠିକ୍ କରିଥିଲେ। ଏହି ବିବାହକୁ ଗୁପ୍ତ ରଖାଯାଇଥିଲା। ବିବାହର ଗୋଟିଏ ଦିନ ପୂର୍ବରୁ ହିଁ ଟୁଇଟ କରି ଏହି ବିବାହ ସମ୍ପର୍କରେ ସୂଚନା ଦିଆଯାଇଥିଲା।

Tags: #Politics #PanjabCM #BhagwantSingMann #Marriage

Comment