ଓଡ଼ିଶାଲାଇଭ୍ ବ୍ୟୁରୋ

ଗଞ୍ଜେଇ ଚାଲାଣ ବେଳେ ଜୟପୁର ସଦର ପୋଲିସ ଚଢ଼ଉ କରି ୭ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି। ଜବତ ହୋଇଥିବା ୧୦୧ କେଜି ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ୍ କହିଛି।

ପୋଲିସ୍ ସୂଚନା ଅନୁସାରେ ଜଲାପୁଟ ପଟୁ ବିହାରକୁ ଗଞ୍ଜେଇ ଚାଲାଣ କରାଯାଉଥିଲା। ଖବର ପାଇ ଜୟପୁର ସଦର ପୋଲିସ କୋଟା ଛକ ନିକଟରେ ଚଢ଼ଉ କରିଥିଲା। ଘଟଣାସ୍ଥଳରୁ ପୋଲିସ୍ ୫ ଜଣଙ୍କୁ ଗିରଫ କରିଥିବାବେଳେ ଗଞ୍ଜେଇ କ୍ରୟ କରିବାକୁ ବିହାରରୁ ଆସିଥିବା ୨ ଜଣଙ୍କୁ ଜୟପୁର ହୋଟେଲରୁ ଗିରଫ କରାଯାଇଥିଲା। ଏମାନଙ୍କଠାରୁ ଗୋଟିଏ ନାନୋ କାର ଏବଂ ୨ଟି ବାଇକ୍ ଜବତ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ଜୟପୁର ସଦର ଥାନା ଅନ୍ତର୍ଗତ ବଡ଼ଜିଉନା ଗ୍ରାମର କମୁଳୁ ଜାନୀ(୨୫) ଓ ମାଧବ ରାଓ(୫୨), ନବରଙ୍ଗପୁର ସାନ ମସିଗାଁର ରାଣୀ ମାଝି(୩୪), ଜୟପୁର ଇରିଗେସନ କୋଲନୀର ଗୁରୁମୂର୍ତ୍ତି ହନ୍ତାଳ(୫୦), ନନ୍ଦପୁର ଥାନା ବେଲାଗୁଡ଼ାର ବାବୁଲା ଖିଲ(୧୯), ବିହାରର ଗୌତମ ସିଂ(୧୮) ଏବଂ ଗୋଲୁରା ଜଭର(୧୯)। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସଦର ଥାନା ଅଧିକାରୀ ଈଶ୍ୱର ତାଣ୍ଡି ସୂଚନା ଦେଇଛନ୍ତି।

Tags: #Ganja #IllegalExport #Arrest #Police

Comment