ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁର ବିକ୍ରମ ଦେବ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ମଙ୍ଗଳବାର କୋରାପୁଟ ବିଏସଏଫ ତରଫରୁ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ଏବଂ ଡଗ୍ ସୋ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ‘ଆଜାଦି କା ଅମ୍ରିତ ମହୋତ୍ସବ’ ଅବସରରେ ବିଏସଏଫ ତରଫରୁ ଏହି କାର୍ଯ୍ୟକ୍ରମ କରାଯାଇଛି।

ଏହି ଅବସରରେ ଛୋଟ ଯୁଦ୍ଧାସ୍ତ୍ର, ହ୍ୟାଣ୍ଡ ଗ୍ରେନେଡ, ଅଣ୍ଡର ବ୍ୟାରେଲ ଗ୍ରେନେଡ ଲଞ୍ଚର, ମୋଟର୍ସ, ଲାଇଟ ମେସିନ ଗନ୍ସ, ମିଡିୟମ ମେସିନ ଗନ୍ସ, ହ୍ୟାଣ୍ଡ ହେଲଡ ମେଟାଲ ଡିଟେକ୍ଟର, ଥର୍ମାଲ ଇମାଜିଂ ଡିଭାଇସ ଏବଂ ଲାଇଟ ଭିଜନ ଇକ୍ୟୁପମେଣ୍ଟ ଆଦି ପ୍ରଦର୍ଶନ କରାଯାଇଥିଲା। ଏହା ସହିତ କଲେଜ ପରିସରରେ ଡଗ୍‌ ସୋ’ ଆୟୋଜନ କରାଯାଇଥିଲା। ୫ଟି କୁକୁର ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ।

ଡିଆଇଜି ମଦନ ଲାଲା ଛାତ୍ରଛାତ୍ରୀମାନଙ୍କୁ ଦେଶର ସୁରକ୍ଷା ପାଇଁ ନୂତନ ଅସ୍ତ୍ରଶସ୍ତ୍ର ଏବଂ ଜ୍ଞାନକୌଶଳ ବ୍ୟବହାର ସମ୍ପର୍କରେ ବୁଝାଇଥିଲେ। ଏଥିରେ ବିଏସଏଫ କୋରାପୁଟ ଡିଆଇଜି ମଦନ ଲାଲ, ୧୫୧ ବିଏସଏଫ ବାଟାଲିୟନର କମାଣ୍ଡାଣ୍ଟ ଅଜୟ କୁମାର, ପ୍ରଥମ ଓଡ଼ିଶା ଇନଫେଣ୍ଟ୍ରି କମ୍ପାନିର କର୍ଣ୍ଣେଲ ନବୀନ ପରାସର ଏବଂ କଲେଜ ଅଧ୍ୟକ୍ଷ ଗୋପାଳ ହାଲଦାର ପ୍ରମୁଖ ଉପସ୍ଥିତ ଥିଲେ।

Tags: #Koraput #Joypure #Weapon #DogShow #BSF

Comment