ଓଡ଼ିଶାଲାଇଭ୍ ବ୍ୟୁରୋ

ନିଖୋଜ ହୋଇଥିବା ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କୁ ଉଦ୍ଧାର କରାଯାଇଛି। ସରୋଜ ପାଢ଼ୀ ତାମିଲନାଡ଼ୁ ବୁଲିବାକୁ ଯାଇ ପରିବାର ଲୋକଙ୍କ ସହ ଯୋଗାଯୋଗ କରିନଥିଲେ। ଫଳରେ ସରୋଜ ପାଢ଼ୀ ନିଖୋଜ ହୋଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଥିଲା। ମଙ୍ଗଳବାର ଦିନ ସରୋଜ ପାଢ଼ୀ ତାମିଲନାଡ଼ୁର ରାମେଶ୍ଵରମରୁ ଆସି ବ୍ରହ୍ମପୁରରେ ପହଞ୍ଚିବା ପରେ ପୋଲିସ ଟିମ୍ ତାଙ୍କୁ ଉଦ୍ଧାର କରି ଭୁବନେଶ୍ଵର ଆଣିଛି।

ପୋଲିସର ସୂଚନା ଅନୁସାରେ ସରୋଜ ପାଢ଼ୀ ତାମିଲନାଡ଼ୁ ବୁଲିବାକୁ ଯାଇଥିଲେ। ସେଠାରେ ତାଙ୍କର ମୋବାଇଲ ହଜି ଯାଇଥିଲା। ଫଳରେ ସେ ପରିବାର ଲୋକଙ୍କ ସହ ଯୋଗାଯୋଗ କରିପାରି ନଥିଲେ। ପରେ ପରିବାର ଲୋକେ ସରୋଜ ପଢ଼ୀ ନିଖୋଜ ହେବା ନେଇ ଥାନାରେ ମାମଲା ରୁଜୁ କରିଥିଲେ।

ଗତ ୧୪ ତାରିଖରେ ଏକ ଅଜଣା ନମ୍ବରରୁ ସରୋଜଙ୍କ ପୁଅଙ୍କ ପାଖକୁ କଲ ଆସିଥିଲା। ବିପରୀତ ଦିଗରୁ ସରୋଜ ପାଢ଼ୀଙ୍କ କଣ୍ଠସ୍ଵର ଶୁଣିଥିଲେ ପୁଅ। ସରୋଜ ପାଢ଼ୀ କହିଥିଲେ ବ୍ୟସ୍ତ ହୁଅନି ଦିନେ ଦୁଇଦିନ ଭିତରେ ଘରେ ପହଞ୍ଚିବି। ପରିବାର ଲୋକେ ଏ ସମ୍ପର୍କରେ କ୍ୟାପିଟାଲ ଥାନାକୁ ଜଣାଇଥିଲେ। ପୋଲିସ୍ ନମ୍ବର ଟ୍ରାକିଂ କରିବାରୁ ନମ୍ବରଟି ଚେନ୍ନାଇର ହୋଇଥିବା ଜଣାପଡ଼ିଥିଲା। ପୋଲିସର ଏକ ଟିମ ସରୋଜ ପାଢ଼ୀଙ୍କୁ ଖୋଜିବାକୁ ବାହାରିଥିଲା। କିନ୍ତୁ ସରୋଜ ପାଢ଼ୀ ବ୍ରହ୍ମପୁରରେ ପହଞ୍ଚି ଥିବା ଖବର ପାଇ ପୋଲିସ ତାଙ୍କୁ ସେଠାରୁ ଉଦ୍ଧାର କରି ଭୁବନେଶ୍ଵର ଆଣିଥିବା ସୂଚନା ଦେଇଛି।

Tags: #Politics #FormerMLA #SarojPadhi #Rescue

Comment