ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଗୁଜୁରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ। ଦଳ ବିରୋଧରେ ଅଣଦେଖା ଅଭିଯୋଗ ଆଣି ସେ ବୁଧବାର କଂଗ୍ରେସ ଛାଡ଼ିଥିବା କହିଛନ୍ତି। କଂଗ୍ରେସର ହାତ ଛାଡ଼ିବା ପରେ ହାର୍ଦ୍ଦିକ ବିଜେପିରେ ମିଶି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ମିଳିଥିବା ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ହାର୍ଦ୍ଦିକ ପଟେଲ ବିଜେପିରେ ସାମିଲ ହେବା ନେଇ ତାଙ୍କ ବିଏଲ ସନ୍ତୋଷଙ୍କ ସହ ଏକ ଆଲୋଚନା ହୋଇଥିଲା। ହାର୍ଦ୍ଦିକ ବିଜେପିରେ ସାମିଲ ହେବା ନେଇ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ରୀନ ସିଗନାଲ ମିଳିଥିବା କୁହାଯାଉଛି। ଭୋଟ ବ୍ୟାଙ୍କ ପାଇଁ ହାର୍ଦ୍ଦିକ ପଟେଲଙ୍କୁ ଦଳରେ ସାମିଲ କରିବା ବିଜେପିର ଏକମାତ୍ର ଲକ୍ଷ୍ୟ ବୋଲି ଶୁଣିବାକୁ ମିଳୁଛି।

ହାର୍ଦ୍ଦିକ ପଟେଲ ବର୍ତ୍ତମାନ ହିମାଚଳ ପ୍ରଦେଶର କୌଣସି ମନ୍ଦିର ପରିଦର୍ଶନରେ ଯାଇଛନ୍ତି। ସେ ଆସନ୍ତା ୧୯ ତାରିଖରେ ଆସିବା ପରେ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି।

ବୁଧବାର ଦିନ ହାର୍ଦ୍ଦିକ ପଟେଲ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ହାର୍ଦ୍ଦିକଙ୍କ ଇସ୍ତଫା କଂଗ୍ରେସ ପାଇଁ ବଡ଼ ଝଟକା ବୋଲି କୁହାଯାଉଛି। ଦଳରୁ ଇସ୍ତଫା ଦେବା ଅବସରରେ ଦଳ ଉପରେ ଖୁବ ଜୋରରେ ବର୍ଷିଛନ୍ତି ହାର୍ଦ୍ଦିକ। ଦୀର୍ଘ ଦିନ ଧରି ହାର୍ଦ୍ଦିକ କଂଗ୍ରେସ ନେତାମାନଙ୍କ ଉପରେ ଅସନ୍ତୁଷ୍ଣ ଥିଲେ। ସେ କଂଗ୍ରେସ ଛାଡ଼ିବା ନେଇ ପୂର୍ବରୁ ଅନୁମାନ କରାଯାଉଥିଲା।

Tags: #Politics #IndianPolitics #GujuratPolitics #HardikPatel #Congress #BJP #HardikPatelResigns

Comment