ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍କୁଲ ସ୍ତରରୁ ଆରମ୍ଭ ହେବ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି। ଛାତ୍ରଛାତ୍ରୀଙ୍କୁ ମାନସିକ ଭାବେ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ରାଜ୍ୟରେ ଆରମ୍ଭ ହୋଇଛି ଅଲିମ୍ପିକ୍ସ ସମ୍ପର୍କିତ ଶିକ୍ଷା କାର୍ଯ୍ୟକ୍ରମ। ମଙ୍ଗଳବାର ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏବେ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଅଲିମ୍ପିକ୍ସ ଶିକ୍ଷା ଦିଆଯିବ।

ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର ଦୁଇ ସ୍ମାର୍ଟ ସିଟିର ୯୦ଟି ସ୍କୁଲରେ ଅଲମ୍ପିକ୍ସ ଶିକ୍ଷା ଆରମ୍ଭ ହେବ। ଉତ୍କୃଷ୍ଟ ଏବଂ ଦକ୍ଷ ଖେଳାଳି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଶିକ୍ଷାର ଆରମ୍ଭ କରାଯାଇଥିବା କୁହାଯାଉଛି। ତୃଣମୂଳ ସ୍ତରରୁ ପିଲାଙ୍କୁ ଅଲିମ୍ପିକ୍ସ ସମ୍ପର୍କୀତ ଶିକ୍ଷା ଦିଆଯିବ। ଏହିଭଳି କାର୍ଯ୍ୟକ୍ରମ ଆରମ୍ଭ କରିବାରେ ସାରା ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ।  

ଅଲିମ୍ପିକ୍ସ ସହ ବିଭିନ୍ନ ଗୋଷ୍ଠୀ କ୍ରୀଡ଼ା ପ୍ରଶିକ୍ଷଣ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ୯୦ଟି ସ୍କୁଲରେ ଏହି ଯୋଜନା ଆରମ୍ଭ ହୋଇଛି। ଏଥିରେ ରାଉରକେଲାର ୨୭ଟି ଏବଂ ଭୁବନେଶ୍ୱରର ୬୩ଟି ସ୍କୁଲ ସାମିଲ ରହିଛି।

Tags: #OlympicsEducation #Sports #Education #School #Student #CMNaveenPatnaik

Comment