ଓଡ଼ିଶାଲାଇଭ୍ ବ୍ୟୁରୋ

ସେଲିବ୍ରିଟି କପୁଲ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତିଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଗୋଟିଏ ପରେ ଗୋଟିଏ ଭିଡିଓ ପୋଷ୍ଟ କରି ପତ୍ନୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଉଥିବାବେଳେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ।

ସୋସିଆଲ ମିଡିଆରେ ଗୋଟିଏ ପରେ ଗୋଟିଏ ଭିଡିଓ ଜାରି କରିଚାଲିଛନ୍ତି ସାଂସଦ ଅନୁଭବ ମହାନ୍ତି। କେତେବେଳେ ଭିଡିଓରେ ନିଜ ମନକଥା ରଖୁଛନ୍ତି ତ କେତେବେଳେ ପତ୍ନୀ ବର୍ଷାଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଉଛନ୍ତି। ଏହାର ପ୍ରତିବାଦରେ ବର୍ଷା ପୂର୍ବରୁ କଟକ ପୁରୀଘାଟ ଥାନାରେ ଅନୁଭବଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅନୁଭବ ଜାଣିଶୁଣି ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ବର୍ଷା ଅଭିଯୋଗ କରିଛନ୍ତି।

ଶନିବାର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୋସିଆଲ ମିଡିଆରେ ତାଙ୍କ ନାଁରେ ଅପପ୍ରଚାର ବନ୍ଦ ଲାଗି ନିର୍ଦ୍ଦେଶ ଦେବାକୁ ହାଇକୋର୍ଟରେ ବର୍ଷା ପିଟିସନ୍ ଦାଖଲ କରିଛନ୍ତି। ଏହା ପୂର୍ବରୁ ଅନୁଭବଙ୍କ ଭିଡିଓ ପୋଷ୍ଟକୁ ନେଇ ବର୍ଷା ପ୍ରଥମେ ପୁରୀଘାଟ ଥାନା ଏବଂ ପରେ ସାଇବର ଥାନାରେ ଏତଲା ଦେଇଥିଲେ। ମିଡିଆରେ ବର୍ଷାଙ୍କର ଛବି ଖରାପ କରାଯାଉଥିବା ଅଭିଯୋଗ କରି କଟକସ୍ଥିତ ସାଇବର ଥାନାରେ ଏତଲା ଦେଇଥିଲେ।

ଆଜି ସକାଳୁ ସକାଳୁ ଅନୁଭବ ମହାନ୍ତି ଆଉ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଅନୁଭବ କହିଛନ୍ତି ଆଜିକାଲି ରାତିରେ ତାଙ୍କୁ ନିଦ ହେବା କଷ୍ଟକର ହୋଇପଡ଼ିଛି। ଆଜି ପର୍ଯ୍ୟନ୍ତ ସେ କେବେ ମିଛ କହିନାହାନ୍ତ ବୋଲି ସ୍ପଷ୍ଟ ଭାବେ କହିଛନ୍ତି ଅନୁଭବ। ତେବେ ବର୍ଷା-ଅନୁଭବଙ୍କ ବିବାଦର କେବେ ଅନ୍ତ ହେବ ତାକୁ ନେଇ ସବୁଠି ଚାର୍ଚ୍ଚା ଚାଲିଛି।

Tags: #CelebrityCouple #AtressBarshaPriyadarshini #AnubhabMohanty #ControversialVideo

Comment