ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୋମବାର ଦିଲ୍ଲୀରେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀଙ୍କ ସହିତ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରାୟ ୩୦ ମିନିଟ ଧରି ଆଲୋଚନା ହୋଇଥିବା ନେଇ ନବୀନ ସୂଚନା ଦେଇଛନ୍ତି। ଏହାପରେ ନବୀନଙ୍କର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ସୋମବାର ଦିନ ନବୀନ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ମହାମାରୀ ପରେ ମୋଦୀଙ୍କ ସହିତ ତାଙ୍କର ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର। ଏହି ଅବସରରେ ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ରାଷ୍ଟ୍ରପତି ନିର୍ବାଚନକୁ ନେଇ ମଧ୍ୟ ଦୁଇ ଦୁଇ ନେତାଙ୍କ ମଧ୍ୟରେ କଥାବାର୍ତ୍ତା ହୋଇପାରେ ବୋଲି ଅନୁମାନ କରାଯାଇଛି।

ମୁଖ୍ୟମନ୍ତ୍ରୀ ଦୁଇଦିନ ଦିଲ୍ଲୀରେ ରହିବେ। ଏହି ସମୟରେ କେନ୍ଦ୍ର ସରକାରଙ୍କ ବହୁ ବରିଷ୍ଠ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଜୁନ୍‌ ୧ ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବେ ବୋଲି ସୂଚନା ରହିଛି।

Comment