ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଝୁଲନ୍ତା ମୃତ ଦେହ ତାଙ୍କ ଭଡ଼ାଘରୁ ପୋଲିସ୍ ଜବତ କରିଛି। ଭୁବନେଶ୍ଵର ନୟାପଲ୍ଲୀ ଗଡ଼ସାହି ଭଡ଼ାଘରେ ସୋମବାର ସକାଳୁ ରଶ୍ମିରେଖାଙ୍କୁ ଝୁଲନ୍ତା ଅବସ୍ଥାରେ ଘର ମାଲିକ ଦେଖି ପୋଲିସକୁ ଖବର ଦେଇଥିଲେ।

ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ରଶ୍ମିରେଖାଙ୍କ ଶବ ଉଦ୍ଧାର କରିବା ସହ ଘଟଣାସ୍ଥଳରୁ ଗୋଟିଏ ସୁସାଇଡ ନୋଟ ଜବତ କରିଥିଲା। ସୁସାଇଡ ନୋଟରେ ରଶ୍ମିରେଖା ନିଜ ମୃତ୍ୟୁ ପାଇଁ କାହାରିକୁ ଦାୟୀ କରିନଥିବା ପୋଲିସ୍ ସୂଚନା ଦେଇଛି।

ମିଳିଥିବା ସୂଚନା ଅନୁସାରେ ରଶ୍ମିରେଖା କିଛି ମାସ ହେଲା ନିଜ ପରୁଷ ବନ୍ଧୁଙ୍କ ସହ ଗଡ଼ସାହି ସ୍ଥିତ ଭଡ଼ାଘରେ ରହିଆସୁଥିଲେ। ବେଶ୍ ଖୁସିରେ ସେମାନଙ୍କ ଜୀବନ ଚାଲିଥିବା ଘର ମାଲିକ କହିଛନ୍ତି। କିଛି ଦିନ ହେଲା ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ବାହାରକୁ ଯାଇଥିଲେ। ହଠାତ ଆଜି ରଶ୍ମିରେଖା ଆତ୍ମହତ୍ୟା କରିବାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।

ରଶ୍ମିରେଖାଙ୍କ ଆତ୍ମହତ୍ୟା ପଛରେ ରହିଥିବା କାରଣ ଖୋଜିବାକୁ ପୋଲିସ୍ ଚେଷ୍ଟା କରୁଛି। ମାନସିକ ଚାପ ଯୋଗୁଁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ପୋଲିସ୍ ତୁରନ୍ତ ତାଙ୍କ ପୁରୁଷ ବନ୍ଧୁଙ୍କୁ ପଚରାଉଚରା କରିପାରେ ବୋଲି ଜଣାପଡ଼ିଛି।

Tags: #TeleActress #ActressRashmirekhaOjha #Suicide #Crime #Police

Comment