ଓଡ଼ିଶାଲାଇଭ୍ ବ୍ୟୁରୋ

ବନ୍ଧୁ ଆନନ୍ଦ ଟପ୍ପୋଙ୍କ ମୃତ୍ୟୁକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରା। ବୀରେନ୍ଦ୍ର ଲାକ୍ରାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ଆନନ୍ଦଙ୍କ ପିତା ବନ୍ଧନା ଟପ୍ପୋ। କେବଳ ବୀରେନ୍ଦ୍ର ଲାକ୍ରା ନୁହଁନ୍ତି ତାଙ୍କ ବାନ୍ଧବୀ ମନଜିତ ଟେଟେଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣି ଇନଫୋସିଟି ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ପିତା।

ଗତ ଫେବ୍ରୁଆରି ୨୮ ତାରିଖରେ ଝୁଲନ୍ତା ଅବସ୍ଥାରେ ଆନନ୍ଦ ଟପ୍ପୋଙ୍କ ମୃତ ଦେହ ଭୁବନେଶ୍ଵର ଇନଫୋସିଟି ଥାନା ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା। ଯେଉଁ ଫ୍ଲାଟରୁ ଆନନ୍ଦଙ୍କ ଶବ ମିଳିଥିଲା ତାହା ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ରହିଛି। ବୀରେନ୍ଦ୍ର ଲାକ୍ରା ଏବଂ ଆନନ୍ଦ ଟପ୍ପୋ ପିଲାଟି ଦିନରୁ ବନ୍ଧୁ। ଦୁହେଁ ଗୋଟିଏ ଫ୍ଲାଟରେ ରହିଆସୁଥିଲେ।

ଉଭୟ ବୀରେନ୍ଦ୍ର ଲାକ୍ରା ଏବଂ ଆନନ୍ଦ ଟପ୍ପୋ ଗୋଟିଏ ଝିଅକୁ ପ୍ରେମ କରୁଥିଲେ। ଏହି କାରଣରୁ ଆନନ୍ଦଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଥିବା ମୃତକଙ୍କ ପିତା ଇନଫୋସିଟି ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ୍ ମାମଲା ରୁଜୁ କରିବା ସହ ଘଟଣାର ଖୋଳତାଡ଼ ଆରମ୍ଭ କରିଛି।
Tags: #Crime #Controversy #Suicide #Murder #Policecase

Comment