ଓଡ଼ିଶାଲାଇଭ୍ ବ୍ୟୁରୋ

ଆରବସାଗରରେ ଓଏନଜିସି ପବନହଂସ ହେଲିକପ୍ଟର ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବକ ରହିଛନ୍ତି। ସେ ହେଉଛନ୍ତି ମାଲକାନଗିରି ଜିଲ୍ଲାର ସତ୍ୟମ୍ବଦ ପାତ୍ର। ସତ୍ୟମ୍ବଦ ଓଏନଜିସିରେ ଭୂତତ୍ତ୍ଵବିତ୍ ଭାବେ କାର୍ଯ୍ୟ କରୁଥିଲେ।

ମିଳିଥିବା ସୂଚନା ଅନୁସାରେ ମୁମ୍ବାଇ ଉପକଳରୁ ପ୍ରାୟ ୧୧୧ କିମି ଦୂରରେ ଆରବ ସାଗରରେ ମଙ୍ଗଳବାର ଦିନ ଓଏନଜିସିର ପବନହଂସ ହେଲିକପ୍ଟର ଖସିପଡ଼ିଥିଲା। ହେଲିକପ୍ଟରରେ ଥିବା ମୋଟ ୯ ଜଣଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଛି। ଓଏନଜିସି ପବନହଂସ ହେଲିକପ୍ଟରରେ ୨ ଜଣ ବିମାନ କର୍ମଚାରୀ ଏବଂ ୭ ଜଣ ଓଏନଜିସି କର୍ମଚାରୀ ଥିଲା। ରେସ୍କ୍ୟୁ ଅପରେସନବେଳେ ୨ ଜଣ ବିମାନ କର୍ମଚାରୀ ଏବଂ ୩ ଜଣ ଓଏନଜିସି କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାବେଳେ ୪ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା।

ସତ୍ୟମ୍ବଦ ପାତ୍ର ମାଲକାନଗିରିରେ ହାଇସ୍କୁଲ ପାଠପଢ଼ା ସମାପ୍ତ କରିବା ପରେ ଉଚ୍ଚଶିକ୍ଷା ପାଇଁ ମୁମ୍ବାଇ ଯାଇଥିଲେ। ସେ ଭୂତତ୍ଵ ଶିକ୍ଷା ପରେ ସେ ଓଏନଜିସିରେ ଭୂତତ୍ତ୍ଵବିତ୍ ଭାବେ ନିଯୁକ୍ତ ହୋଇଥିଲେ। ଗତ ବର୍ଷ ବିବାହ କହିଥିଲେ ସତ୍ୟମ୍ବଦ ପାତ୍ର।

Tags: #Accident #Death #OdiaGeologist

Comment