ଓଡ଼ିଶାଲାଇଭ୍ ବ୍ୟୁରୋ

ଅଧୁରା ରହିଗଲା ରଥଯାତ୍ରା ବେଳେ ଫଟୋ ସଂଗ୍ରହ କରିବା ସ୍ଵପ୍ନ। ବଡ଼ଦାଣ୍ଡରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ଜୀବନ।

ରଥଯାତ୍ରା ଫଟୋ ସଂଗ୍ରହ କରିବାକୁ ଶୁକ୍ରବାର ଦିନ ପୁରୀ ଯାଉଥିଲେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା। ପୁରୀ ସାତଶଙ୍ଖଠାରେ ଏକ ଗାଡ଼ି ତାଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ସେ ବାଇକରୁ କିଛି ବାଟ ଛିଟିକି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ଵର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସାମ୍ବାଦିକ ଅଶୋକ ପଣ୍ଡାଙ୍କ ବିୟୋଗ ଖବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି, “ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଖବର ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି”।

ଅଶୋକ ପଣ୍ଡା ଦୀର୍ଘ ବର୍ଷ ଧରି ଦୈନିକ ଖବରକାଗଜ ‘ସମୟ’ର ଫଟୋଗ୍ରାଫର ଭାବେ କାର୍ଯ୍ୟ କରୁଥିଲେ। ଏହା ସହ ସେ ବିଭିନ୍ନ ଜାତୀୟ ଖବରକାଗଜ ସହ ଜଡ଼ିତ ଥିଲେ। ତାଙ୍କ ମୃତ୍ୟୁରେ ସାମ୍ବାଦିକ ମହଲରେ ଶୋକ ପ୍ରକାଶ ପାଇଛି।

Tags: #PhotoJournalist #Accident #Death #AshokPanda #RathYatra

Comment