ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ଜଣ ଯୁବକ ଏବଂ ଜଣେ ଶିଶୁ ରହିଛନ୍ତି।

ସୂଚନା ଅନୁସାରେ ଗୋଟିଏ ବାଇକରେ ୫ ଜଣ କୋମନାରୁ ନୂଆପଡ଼ା ଅଭିମୁଖେ ଯାତ୍ରା କରୁଥିଲେ। ବାଇକରେ ୩ ଜଣ ଯୁବକ, ଜଣେ ମହିଳା ଏବଂ ଜଣେ ଶିଶୁ ଥିଲେ। କୋମନା ବ୍ଲକ କ୍ରିଷ୍ଣା ଗାଁ ଛକ ନିକଟରେ ଏକ ଟ୍ରକ୍ ବାଇକଟିକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣ ଯୁବକଙ୍କର ମୃତ୍ୟୁ ହୋଇଥିଲା।

ସ୍ଥାନୀୟ ଲୋକେ ଗୁରୁତର ଆହତ ହୋଇଥିବା ମହିଳା ଏବଂ ଶିଶୁକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଶିଶୁକୁ ଡାକ୍ତର ମୃତ ଘୋଷଣା କରିଥିଲେ। ମହିଳାଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ଚିକିତ୍ସା ପାଇଁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଭୟ ଟ୍ରକ୍ ଏବଂ ବାଇକ ଜବତ କରିଛି। ଟ୍ରକ ଡ୍ରାଇଭରକୁ ପୋଲିସ୍ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି।

Tags: #Accident #UnsafeRide #BikeAccident #BikeTruckAccident

Comment