ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ନୂତନ ‘ଅଶୋକ ସ୍ତମ୍ଭ’କୁ ନେଇ ଆରମ୍ଭ ହୋଇଛି ବିବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ନୂଆ ସଂସଦ ଭବନ ଛାତ ଉପରେ ସ୍ଥାପନ କରାଯାଇଥିବା ରାଷ୍ଟ୍ରୀୟ ପ୍ରତୀକ ଚିହ୍ନ ‘ଅଶୋକ ସ୍ତମ୍ଭ’ର ଅନାବରଣ କରିଥିଲେ। ଏହା ପରେ ଆରମ୍ଭ ହୋଇଛି ବିରୋଧୀଙ୍କ ଅଭିଯୋଗ। କେନ୍ଦ୍ର ସରକାର ‘ଅଶୋକ ସ୍ତମ୍ଭ’ର ଅପମାନ କରିଥିବା ଅଭିଯୋଗ କରିଛନ୍ତି ବିରୋଧୀ।

କଂଗ୍ରେସ ମହାସଚିବ ଜୟରାମ ରମେଶ ଟୁଇଟ କରି କହିଛନ୍ତି, “ନୂତନ ଭାବେ ସ୍ଥାପନ କରାଯାଇଥିବା ଅଶୋକ ସ୍ତମ୍ଭର ସିଂମାନଙ୍କ ଚରିତ୍ର ଏବଂ ଆକୃତିକୁ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ କରାଯାଇଛି। ଯାହା ରାଷ୍ଟ୍ରୀୟ ପ୍ରତୀକ ଚିହ୍ନର ଅପମାନ ଅଟେ। ପୂର୍ବରୁ ଥିବା ‘ଅଶୋକ ସମ୍ଭ’ ଏବଂ ନୂତନ ସଂସଦ ଭବନ ଛାତ ଉପରେ ସ୍ଥାପିତ ‘ଅଶୋକ ସ୍ତମ୍ଭ’ର ଚିତ୍ରର ତୁଳନା କରାଗଲେ ଦୁଇଟି ଯାକ ସମ୍ପୂର୍ଣ୍ଣ ଭିନ୍ନ ରହିଛି। ନୂତନ ଅଶୋକ ସ୍ତମ୍ଭର ସିଂହ ଗୁଡ଼ିକର ମୁହଁ ଅଧିକ ଖୋଲା ରହିବା ସହ ହିଂସ୍ର ଦେଖାଯାଉଛି”।

ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଉତ୍ତର ଦେଇଛନ୍ତି ବିଜେପି ପ୍ରବକ୍ତା ଅନୀଲ ବଲୁନୀ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଭାରତ ନିଜର ସଂସଦ ଭବନ ନିର୍ମାଣ କରୁଥିବାରୁ ବିରୋଧୀ ଏହାକୁ ସହ୍ୟ କରିପାରୁ ନାହାନ୍ତି। ଇଂଗ୍ରେଜମାନଙ୍କ ଦ୍ଵାରା ୧୫୦ ବର୍ଷ ପୂର୍ବେ ନିର୍ମାଣ କରିଥିବା ସଂସଦ ଭବନ ସ୍ଥାନରେ ଭାରତ ନିଜେ ଗଢ଼ିଥିବା ସଂସଦ ଭବନ ରହି। ଲୋକଙ୍କୁ ବିଭ୍ରାନ୍ତ କରିବାକୁ ବିରୋଧୀଙ୍କର ଏହା ଏକ ହୀନ ପ୍ରୟାସ ବୋଲି ସେ କହିଛନ୍ତି।

Tags: #India #Politics #NewAshokStambh #Congress #BJP #Controversy

Comment