ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାତି ପାହିଲେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳା କିଏ ହେବେ ଦେଶର ପ୍ରଥମ ନାଗରିକ, ସର୍ବୋଚ୍ଚ ପଦବୀର ଅଧିକାରୀ ଏଥିପାଇଁ ଦେଶବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଗୁରୁବାର ସକାଳୁ ଭୋଗ ଗଣତି ଆରମ୍ଭ ହେବ। ଏନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି। ଏଥର ରାଷ୍ଟ୍ରପତି ପ୍ରାର୍ଥୀ ଥିଲେ ଏନଡିଏର ଦ୍ରୌପଦୀ ମୁର୍ମୁ ଓ ୟୁପିଏର ଯଶବନ୍ତ ସିହ୍ନା। ତେବେ ଦ୍ରୌପଦୀ ବିପୁଳ ଭୋଟ ବ୍ୟବଧାନରେ ସେ ବିଜୟୀ ହେବା ନେଇ ଚର୍ଚ୍ଚା ହେଉଛି।

କାରଣ ଏନଡିଏ ଭୋଟ ସମେତ ଦ୍ରୌପଦୀଙ୍କୁ ମିଳିଛି ବିଜେଡି, ୱାଇଏସଆର କଂଗ୍ରେସ,ଶିବସେନା, ବିଏସପି, ଟିଡିପି, ଜେଡିଏସ୍ ଓ ସିରୋମଣୀ ଅକାଳୀ ଦଳର ଭୋଟ୍ । ଓଡ଼ିଶା ଓ ହରିଆଣାର ଜଣେ ଲେଖାଏଁ କଂଗ୍ରେସ ବିଧାୟକ ଏବଂ ଗୁଜରାଟ ଓ ଝାଡଖଣ୍ଡର ଜଣେ ଲେଖାଏଁ ଏନସିପି ବିଧାୟକ ଦ୍ରୌପଦୀଙ୍କ ସପକ୍ଷରେ ଭୋଟ ଦେଇଥିବା ଖୋଲାଖୋଲି କହିଛନ୍ତି ।

ଦ୍ରୌପଦୀଙ୍କ ବିଜୟ ନେଇ ତାଙ୍କ ଗାଁରେ ଉତ୍ସବ ମାହୋଲ ସୃଷ୍ଟି ହୋଇଛି। ଗାଁରେ ପୂଜା ଅର୍ଚ୍ଚନା କରିବା ସହିତ ମିଠା ପ୍ରସ୍ତୁତ କରୁଛନ୍ତି ଗ୍ରାମବାସୀ। ଦ୍ରୌପଦୀ ମୁର୍ମୁ ଜିତିଲେ ଦେଶର ପ୍ରଥମ ଆଦିବାସୀ ଏବଂ ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବାର ସୌଭାଗ୍ୟ ଅର୍ଜନ କରିବେ।

LEAVE A REPLY

Please enter your comment!
Please enter your name here