ଓଡ଼ିଶାଲାଇଭ୍ ବ୍ୟୁରୋ

ojee exam

ଆସନ୍ତା ଅକ୍ଟୋବର ମାସ ୧୬ ତାରିଖରେ ହେବ ଓଡ଼ିଶା ସିଭିଲ୍ ସର୍ଭିସ(ଓସିଏସ) ପ୍ରିଲିମ୍ ପରୀକ୍ଷା। ୨୦୨୦ ବର୍ଷର ଏସିଏସ ପରୀକ୍ଷାର ମୁଖ୍ୟ ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇନଥିବାବେଳେ ଏବେ ୨୦୨୧-୨୨ ବର୍ଷର ଓସିଏସ ପ୍ରିଲିମ୍ ପରୀକ୍ଷା ଆସନ୍ତା ଅକ୍ଟୋବର ମାସ ୧୬ ତାରିଖରେ ହେବାକୁ ଯାଉଛି।

ଓଡ଼ିଶା ଲୋକସେବା ଆୟୋଗର ବିଳମ୍ବିତ ପରୀକ୍ଷା ପରିଚାଳନାକୁ ନେଇ ଓସିଏସ୍ ପରୀକ୍ଷା ଲାଗି ପ୍ରସ୍ତୁତି କରୁଥିବା ହଜାର ହଜାର ଆଶାୟୀ ଆଶା ଆଶଙ୍କା ମଧ୍ୟରେ ଦିନ କାଟୁଛନ୍ତି। ୨୦୨୦ ମୁଖ୍ୟ ଲିଖିତ ପରୀକ୍ଷା ଦେଇଥିବା ୪,୭୫୪ ଜଣ ଆଶାୟୀ ଆଶଙ୍କା ମଧ୍ୟରେ ରହିଛନ୍ତି।

୨୦୨୦-୨୧ ବର୍ଷରେ ଓସିଏସ୍ ପରୀକ୍ଷା ପାଇଁ ଜାନୁଆରି ୨୪ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମୋଟ ୪୩୩ ଗ୍ରୁପ ଏ ଓ ବି ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେଥିମଧ୍ୟରୁ ୧୪୨ଟି ପଦବି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା। ଗ୍ରୁପ ଏ ନିମନ୍ତେ ଓଏଏସ ପାଇଁ ୯୭, ଓଏସଏସ ଗ୍ରୁପ ଏ ୬ଟି ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେହିଭଳି ଗ୍ରୁପ ବି ଓସଏସ(ଏଆରସିଏସ) ପାଇଁ ୨ଟି, ଓଏଲଏସ ପାଇଁ ୧୫୦, ଓଅରଏସ ପାଇଁ ୪୦, ଓଇଏସ ପାଇଁ ୧୦, ଓଡବ୍ଲ୍ୟୁଏସ ୪୨, ଓଟି ଆଣ୍ଡ ଏସ ପାଇଁ ୮ଟି, ଓଡ଼ିଶା ଏକ୍ସାଇଜ ସର୍ଭିସ ୨୮ଟି ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ଏଥିନିମନ୍ତେ ଆସନ୍ତା ଅକ୍ଟୋବର ୧୬ ତାରିଖରେ ପ୍ରିଲମ ପରୀକ୍ଷା ହେବାକୁ ଯାଉଛି। ୨୦୨୦ ବର୍ଷ ଓସିଏସ୍ ପରୀକ୍ଷାର ୩୯୨ଟି ପଦବି ପୂରଣ ନିମନ୍ତେ ୨୦୨୧ ମସିହା ଅଗଷ୍ଟ ୨୭ ତାରିଖରେ ପ୍ରିଲିମ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ମୋଟ ୪,୭୫୪ ଜଣ ପରୀକ୍ଷାର୍ଥୀ ଗତ ଜାନୁଆରି ମାସରେ ମୁଖ୍ୟ ଲିଖିତ ପରୀକ୍ଷା ଦେଇ ପରୀକ୍ଷା ଫଳକୁ ଅପେକ୍ଷା କରିଛନ୍ତି।

Tags: #Education #Examination #OCS #OCSExam

Comment