ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ପୋଖରୀରେ ବୁଡ଼ି ଜେଜେ ଏବଂ ନାତିଙ୍କର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ସଦରମହକୁମାକୁ ଲାଗି ରହିଥିବା କାନାଗୁଡ଼ା ଗ୍ରାମରେ।

କାନାଗୁଡ଼ା ଗ୍ରାମର ଲବ ହିଆଲ ଏବଂ ତାଙ୍କ ନାତି ୟଶ ହିଆଲ ଛଚାନକଟ ଗ୍ରାମରେ ଥିବା ନିଜ ଜମିକୁ ହଳ କରିବାକୁ ଯାଇଥିଲେ। ଜେଜେ ଲବ ହିଆଲ ହଳ କରିସାରିବା ପରେ ପାଖରେ ଥିବା ଏକ ପୋଖରୀକୁ ବଳଦ ଗଧୋଇବାକୁ ନେଇଥିଲେ। ବଳଦଙ୍କୁ ଗାଧୋଇବା ସମୟରେ ୟଶ ମଧ୍ୟ ପୋଖରୀ ଭିତରକୁ ପଶି ବଳଦଙ୍କୁ ଗାଧୋଇବାକୁ ଚେଷ୍ଟା କରିଥିଲେ। ସେ ପୋଖରୀ ଭିତରକୁ ବଳଦମାନଙ୍କୁ ଘଉଡ଼ାଇବା ସହ ନିଜେ ସେମାନଙ୍କ ପଛେପଛେ ଯାଇଥିଲା। ଏହି ସମୟରେ ଗଭୀର ପାଣିରେ ବୁଡ଼ି ଯାଇଥିଲେ ୟଶ।

ୟଶ ପାଣିରେ ବୁଡ଼ିଯାଉଥିବା ଦେଖି ଜେଜେ ଲବ ହିଆଲ ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିବାବେଳେ ସେ ମଧ୍ୟ ବୁଡ଼ିଯାଇ ଥିଲେ। ଉଭୟ ଜେଜେ ଓ ନାତି ପୋଖରୀରେ ବୁଡ଼ିଯାଉଥିବା ଦେଖି ସ୍ଥାନୀୟ ଲୋକେ କୋଷାଗୁମୁଡ଼ା ଅଗ୍ନିଶମ ବିଭାଗ ଏବଂ ପୋଲିସକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଓ କୋଷାଗୁମୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ୟଶ ଏବଂ ପରେ ତାଙ୍କ ଜେଜେ ଲବ ହିଆଲଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ। ପୋଲିସ୍ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଗୋଟିଏ ପରିବାରରୁ ଏକା ଥରକେ ଦୁଇ ଦୁଇ ଜଣଙ୍କ ଅକାଳ ବିୟୋଗକୁ ସହଜେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Tags: #Pond #Death #DeadBody #GrandFather #Accident #Nabarangpur

LEAVE A REPLY

Please enter your comment!
Please enter your name here