ଓଡ଼ିଶାଲାଇଭ୍ ବ୍ୟୁରେ

ଏଣିକି କୋର୍ବେଭ୍ୟାକ୍ସକୁ ବୁଷ୍ଟର ଡୋଜ ବା ପ୍ରିକସନ ଡୋଜ ଭାବେ ବ୍ୟବହାର କରାଯାଇପାରିବ। ଭାରତୀୟ ଫାର୍ମା କମ୍ପାନୀ ବାୟୋଲୋଜିକାଲ-ଇ ଦ୍ଵାରା ପ୍ରସ୍ତୁତ କୋର୍ବେଭ୍ୟାକ୍ସକୁ ବୁଷ୍ଟର ଡୋଜ ବ୍ୟବହାର କରିବାକୁ ଅନୁମତି ମିଳିଛି। ପୂର୍ବରୁ କୋଭିଡର ଦୁଇଟି ଟିକା ନେଇଥିବା ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ କୋର୍ବେଭ୍ୟାକ୍ସର ବୁଷ୍ଟର ଦିଆଯାଇପାରିବ। ଏହାକୁ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ମଞ୍ଜୁରୀ ପ୍ରଦାନ କରିଛି। 

ପ୍ରଥମ ଓ ଦ୍ଵିତୀୟ ଡୋଜ କୋଭାକ୍ସିନ କିମ୍ବା କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତିଙ୍କୁ କୋର୍ବେଭ୍ୟାକ୍ସର ବୁଷ୍ଟର ଡୋଜ ଦିଆଯାଇପାରିବ ବୋଲି ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପର କୋଭିଡ ୱାର୍କିଂ ଗ୍ରୁପ ଗତ ସପ୍ତାହରେ କୋର୍ବେଭ୍ୟାକ୍ସକୁ ମଞ୍ଜୁରୀ ପ୍ରଦାନ କରିବାକୁ ସୁପାରିଶ କରିଥିଲେ। ଏହି ସୁପାରିଶ ଆଧାରରେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ କୋର୍ବେଭ୍ୟାକ୍ସକୁ ବୁଷ୍ଟର ଡୋଜରେ ସାମିଲ କରିବାକୁ ସହମତି ପ୍ରକାଶ କରିଛି।

Tags: #Covid19 #Vaccine #Vaccination #BoosterDose #Health #Awareness

LEAVE A REPLY

Please enter your comment!
Please enter your name here