ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ହାଇକୋର୍ଟରେ ନିଯୁକ୍ତ ହୋଇଛନ୍ତି ଦୁଇଜଣ ନୂଆ ବିଚାରପତି। ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଗୌରୀଶଙ୍କର ଶତପଥୀ ଏବଂ ଚିତ୍ତରଞ୍ଜନ ଦାଶଙ୍କୁ ହାଇକୋର୍ଟରେ ନିଯୁକ୍ତି ମିଳିଛି। ଓଡ଼ିଶା ହାଇକୋର୍ଟରେ ଦୁଇ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏ ନେଇ କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ହାଇକୋର୍ଟରେ ନବ ନିଯୁକ୍ତ ଦୁଇ ବିଚାରପତି ଗୌରୀଶଙ୍କର ଶତପଥୀ ଏବଂ ଚିତ୍ତରଞ୍ଜନ ଦାଶ ଖୁବ୍ ଶୀଘ୍ର ଶପଥ ଗ୍ରହଣ କରିବେ। ୨୦୨୦ ମସିହା ଜୁଲାଇ ୨୫ ତାରିଖରେ ଓଡ଼ିଶା ହାଇକୋର୍ଟର ବିଚାରପତି ନିଯୁକ୍ତି ଲାଗି ଓଡ଼ିଶା ଜୁଡିସିଆଲ ଏକାଡେମୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଗୌରୀଶଙ୍କର ଶତପଥୀ ଏବଂ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ତଥା ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ବିତ୍ତରଞ୍ଜନ ଦାଶଙ୍କ ନାଁ ସୁପାରିଶ କରିଥିଲେ ସୁପ୍ରିୟମକୋର୍ଟ କଲେଜିୟମ।

Tags: #Court #HighCourt #OdishaHighCourt #Appointment

LEAVE A REPLY

Please enter your comment!
Please enter your name here