ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର-ପଶ୍ଚିମ ବଙ୍ଗୋସାଗରରେ ସୃଷ୍ଟି ହୋଇଥିବା ସୁଦୃଶ ଲଘୁଚାପ କ୍ରମଶଃ ଅବପାତ ଓ ଗଭୀର ଅବପାତରେ ପରିଣତ ହେବା ପରେ ଦକ୍ଷିଣ ଝାଡ଼ଖଣ୍ଡ ଓ ତତସଂଲଗ୍ନ ଉତ୍ତର-ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ପଶ୍ଚିମବଙ୍ଗ ଦେଇ ଗତି କରୁଛି। ଗଭୀର ଅବପାତ ପ୍ରଭାରେ ଓଡ଼ିଶା ତଥା ଝାଡ଼ଖଣ୍ଡରେ ବର୍ଷା ଜାରି ରହିଛି।

ଝାଡ଼ଖଣ୍ଡରେ  ପ୍ରବଳ ବର୍ଷା ଦ୍ବାରା ଝାଡ଼ଖଣ୍ଡ ଗାଲୁଡ଼ି ବ୍ୟାରେଜରେ ୭ ଟି ଗେଟ ଖୋଲାଯାଇଛି। ସେଠାରୁ ୧ ଲକ୍ଷ ୫ ହଜାର କ୍ୟୁସେକ ପାଣି ଆସୁଛି। ଫଳରେ ସୁବର୍ଣ୍ଣରେଖାରେ ଜଳସ୍ତର ବଢ଼ିବା ଦ୍ବାରା ନଦୀରେ ବନ୍ୟା ସମ୍ଭାବନା ଥିବା  ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସେହିପରି ବୁଢାବାଳଙ୍ଗ ନଦୀରେ ସାମାନ୍ୟ ବନ୍ୟା ଆଶଙ୍କା ରହିଥିବାବେଳେ ଉଭୟ  ନଦୀ ଉପରେ ପ୍ରଶାସନର ତୀକ୍ଷ୍ଣ ନଜର ଥିବା ଏସଆରସି କହିଛନ୍ତି। ସେହିପରି ସୃଷ୍ଟି ହୋଇଥିବା ଗଭୀର ଅବପାତ ମଧ୍ୟପ୍ରଦେଶ ଆଡ଼େ ମୁହାଁଇଥିବା ସେ ସୂଚନା ଦେଇଛନ୍ତି। ଝାରସୁଗୁଡ଼ାଠାରୁ ୧୮୮ କିମି ଦୂରତାରେ ଅବପାତ ରହିଛି।

ଅବପାତର ପ୍ରଭାବରେ ରାଜ୍ୟର ୩୭ଟି ବ୍ଲକରେ ୧୦୦ମିମି ବର୍ଷା ରେକର୍ଡ କରାଯାଇଥିବା ଏସଆରସି କହିଛନ୍ତି । ୨ଟି ଅତ୍ୟନ୍ତ ପ୍ରବଳ ବର୍ଷା, ୪୯ଟି ସ୍ଥାନରେ  ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ୨୭ଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇଛି।

ଅବପାତ ପ୍ରଭାବରେ ମୟୂରଭଞ୍ଜ ଓ ବଲେଶ୍ଵରରେ ପ୍ରବଳ ବର୍ଷା ହୋଇଛି। ସୁନ୍ଦରଗଡ଼ରେ ମଧ୍ୟ ଶନିବାର ସକାଳୁ ବର୍ଷା ଜାରି ରହିଛି। ରାଜ୍ୟରେ କନ୍ଧମାଳ,ବୌଦ୍ଧ ଓ କଳାହାଣ୍ଡିରେ ମଧ୍ୟ ପ୍ରବଳ ବର୍ଷା  ପ୍ରଭାବରେ ତେଲ ନଦୀରେ ମଧ୍ୟ ଅଧିକ ପାଣି ଆସିବାର ସମ୍ଭାବନା ରହିଛି।

ଖାଇରମାଳ ତଳେ ଥିବା ଅନ୍ୟାନ୍ୟ ନଦୀ ଗୁଡ଼ିକରେ ମଧ୍ୟ ପାଣି ଆସିପାରେ ମୁଣ୍ଡଳି ଠାରେ ୭.୫୦ ହଜାର କ୍ୟୁସେକ ପାଣି ଅତିକ୍ରମ କରିବ। ଏହା ଆଗାମୀ ୩୬ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବ।

ତେବେ ଲଗାଣ ବର୍ଷା ଦ୍ୱାରା କାନ୍ଥ ପଡି ୩ ଜିଲ୍ଲାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଏସଆରସି ସୂଚନା ଦେଇଛନ୍ତି।

Tags: #floodsituationinodisha #SRC #heavyrainfall #jharkhand #suvarnarekha

Comment