ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ଷାପାଗରେ କିଛି ଚଟପଟା ଖାଦ୍ୟ ଖାଇବାକୁ ସମସ୍ତେ ପସନ୍ଦ କରିଥା’ନ୍ତି। ତେବେ ବର୍ଷାରେ ବାହାରକୁ ଯିବା ସମ୍ଭବ ହେଉନଥିଲେ ଘରେ ଆପଣ ଅତି କମ୍ ସମୟରେ ସ୍ବାଦିଷ୍ଟ ‘ପୋହା କଟଲେଟ୍’ ପ୍ରସ୍ତୁତ କରି ଏହାର ମଜା ନେଇପାରିବେ। ‘ପୋହା କଟଲେଟ୍’ ପ୍ରସ୍ତୁତିରେ ବ୍ୟବହାର କରାଯାଉଥିବା ସାମଗ୍ରୀ ମଧ୍ୟ ପ୍ରାୟ ସମସ୍ତଙ୍କ ରୋଷେଇଘରେ ଉବପଲବ୍ଧ ଥାଏ।

ଆବଶ୍ୟକୀୟ ସାମଗ୍ରୀ

ପୋହା (ଚୁଡ଼ା), ପିଆଜ, କଞ୍ଚାଲଙ୍କା, ଲୁଣ, ଧନିଆ କିମ୍ବା ଭୃଶଙ୍ଗ ପତ୍ର ଓ ତେଲ

ପ୍ରସ୍ତୁତି ପ୍ରଣାଳୀ

ପୋହା କଟଲଟେ ପ୍ରସ୍ତୁତି ପାଇଁ ଏକ ପାତ୍ରରେ ପ୍ରଥମେ ପୋହା (ଚୁଡ଼ା)କୁ ଧୋଇ ବତୁରାଇ ଦିଅନ୍ତୁ। ଏହାପରେ ଅନ୍ୟ ଏକ ପାତ୍ରରେ ଗୋଟିଏ କିମ୍ବା ଦୁଇଟି ପିଆଜକୁ ଛୋଟଛୋଟ କରି କାଟି ରଖନ୍ତୁ। ସେହିପରି କଞ୍ଚାଲଙ୍କା ଓ ଧନିଆପତ୍ରକୁ ମଧ୍ୟ ଛୋଟ ଛୋଟ କରି କାଟି ସେଥିରେ ପକାନ୍ତୁ।

ଆପଣ ଚାହିଁଲେ ଧନିଆପତ୍ର ବଦଳରେ ଭୃଶଙ୍ଗ ପତ୍ର ମଧ୍ୟ ବ୍ୟବାହାର କରିପାରିବେ। ଏହାପରେ ବତୁରିଯାଇଥିବା ଚୁଡ଼ାକୁ ଏଥିରେ ମିଶାଇ ଭଲ ଭାବରେ ଚକଟି ଦିଅନ୍ତୁ। ଏଥିରେ ସାମାନ୍ୟ ଖାଇବା ସୋଡା  ପକାଇପାରିବେ। ଏହାଦ୍ୱାରା ପ୍ରସ୍ତୁତ ହୋଇଥିବା କଟଲେଟ୍ ଅଧିକ କ୍ରିସପି ହୋଇଥାଏ। ଏହି ଚକଟାକୁ ଛୋଟ ଛୋଟ ଗୁଳା କରି ରଖନ୍ତୁ।

ବର୍ତ୍ତମାନ ଏକ ପ୍ୟାନରେ ତେଲ ଗରମ କରନ୍ତୁ । ତେଲ ଗରମ ହୋଇଗଲେ ଏଥିରେ ପୂର୍ବରୁ ପ୍ରସ୍ତୁତ କରିଥିବା ଗୁଳା ଗୁଡ଼ିକୁ ଛାଣନ୍ତୁ। ବର୍ତ୍ତମାନ ଗରମ ଗରମ ‘ପୋହା କଟଲେଟ୍’ କୁ ଲଙ୍କା ଚଟଣି ସହ ପରଷନ୍ତୁ।

Tags: #tastycrispyfood #poha #chuda #flattenedrice #cutlet #homemadesnacks

Comment