ଓଡ଼ିଶାଲାଇଭ୍ ବ୍ୟୁରୋ

ସେଓ ସିର୍କାକୁ ଅନେକ ଲୋକ ନିଜ ଦୈନନ୍ଦିନ ଖାଦ୍ୟରେ ସାମିଲ କରିଥା’ନ୍ତି। ସେଓ ସିର୍କା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ସକାଳୁ ଖାଲିପେଟରେ ଏକ ଗ୍ଲାସ ପାଣିରେ ଛୋଟ ଚାମଚ ସେଓ ସିର୍କା ପିଇବା ଦ୍ୱାରା ମେଟାବୋଲିଜମ ମଜବୁତ ହେବା ସହିତ ପେଟରେ ଚର୍ବି ମଧ୍ୟ ହ୍ରାସ ପାଇଥାଏ। ନିୟମିତ ଉପଯୁକ୍ତ ପରିମାଣର ସେଓ ସିର୍କା ପିଇବା ଦ୍ୱାରା ତ୍ଵଚା ମଧ୍ୟ ଚମକିଥାଏ।

ଏକ କ୍ଲିନିକାଲ ଜର୍ଣ୍ଣାଲରେ ପ୍ରକାଶିତ ଯେ ସେଓ ସିର୍କାରେ ଏସିଟିକ ଏସିଡ ଥିବା ଯୋଗୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ। ଏହା ବ୍ଲଡ଼ ସୁଗାରକୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହୁଏ। ତେବେ ସେଓ ସିର୍କାକୁ ପାନୀୟ ଭାବେ ଆବଶ୍ୟକତାରୁ ଅଧିକ ବା କମ୍ ବ୍ୟବହାର କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିଥାଏ। ତେଣୁ କେତକ ଦିଗପ୍ରତି ସତର୍କ ରହିବା ଆବଶ୍ୟକ।

ସେଓ ସିର୍କା ପିଉଥିଲେ ରୁହନ୍ତୁ ସତର୍କ

  • ସେଓ ସିର୍କା ସବୁବେଳେ ପାଣିରେ ମିଶାଇ ଖାଆନ୍ତୁ, ସିଧା ସଳଖ ଏହାକୁ ବ୍ୟବହାର କରିବା ବିପଦଜନକ।
  •  ଥରକେ ସେଓ ସିର୍କା ଖାଇବା ଉଚିତ ନୁହେଁ, ଅଳ୍ପ ଅଳ୍ପ ସମୟ ବ୍ୟବଧାନରେ ଏହାକୁ ସେବନ କରିବା ଉଚିତ।
  • ଓଜନ କମାଇବା ପାଇଁ କେତେ ପରିମାଣର ସେଓ ସିର୍କା ଖାଇବେ ତାହା ଡାକ୍ତରଙ୍କ ପରାମର୍ଶ ନେଇ ସେବନ କରନ୍ତୁ।
  • ଖାଦ୍ୟ ଖାଇବା ପୂର୍ବରୁ ସିର୍କା ପିଇବାକୁ ଚେଷ୍ଟା କରନ୍ତୁ।

Tags: #applesirka #healthbenefits #healthyfood #weightloss #heartattack

Comment