ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଶ୍ଚିମ ଓଡ଼ିଶାର ବିଭିନ୍ନ ଲୋକପ୍ରିୟ ଲୋକନୃତ୍ୟ ମଧ୍ୟରୁ ଗୋଟିଏ ହେଲା ‘ରସରକେଲି’।  କେବଳ ଓଡ଼ିଶା ନୁହେଁ ଓଡ଼ିଶା ବାହାରେ ବି ଏହି ସାଂସ୍କୃତିକ ଲୋକନୃତ୍ୟର ମାନ୍ୟତା ବହୁ ପରିମାଣରେ ରହିଛି। ଢ଼ୋଲ, ମୃଦଙ୍ଗ, ବଇଁଶୀ ତାଳେ ତାଳେ ପାଦ ମିଳାଇ ‘ରସରକେଲି ଗୋ’ ଗୀତରେ ପରିବେଷଣ କରାଯାଏ। ଏହା ଏକ ଦଳଗତ ନୃତ୍ୟ ଅଟେ।

‘ରସରକେଲି’ ନୃତ୍ୟରେ ପାରମ୍ପରିକ ବେଶଭୂଷାରେ ସମ୍ବଲପୁରର ପାରମ୍ପରିକ ପୋଷାକ ବା ସମ୍ବଲପୁରୀ ଶାଢ଼ି ପିନ୍ଧି ନୃତ୍ୟ କରାଯାଏ। ଏହି ପୋଷାକର ମଧ୍ୟ ବିଭିନ୍ନ ପ୍ରକାର ଡିଜାଇନ୍ ରହିଛି।  ଯେପରିକି, ବିଚିତ୍ରପୁରୀ, ନକ୍ଷତ୍ରମାଳା, ସପ୍ତପଦୀ ଏବଂ ପୟୋଲା। ପୌରାଣିକ କଥା ଓ ପଟ୍ଟଚିତ୍ର ଭଳି ଶାଢ଼ୀ ଉପରେ ସେହି ଅଞ୍ଚଳର ଲୋକ କଥା, ପଶୁ, ମୁଦ୍ରା ଆଦି ଅଙ୍କା ଯାଇଥାଏ। ଶାଢ଼ୀ ସହିତ ନାଲି ରଙ୍ଗର ବ୍ଲାଉଜ୍, ସମ୍ବଲପୁରୀ ଲାଲି ରୁମାଲ ଓ ବେକରେ ହଳଦିଆ ସମ୍ବଲପୁରୀ ଗାମୁଛା ଆଦି ଏହି ନୃତ୍ୟର ପରିଚୟ।

ଉଭୟ ପୁରୁଷ ଓ ମହିଳାମାନେ ଏହି ନୃତ୍ୟକୁ କରିପାରିବେ। ଗହଣାରେ ହାତରେ ପାରମ୍ପରିକ କଙ୍କଣ, ପାଦରେ ଘୁଙ୍ଗୁର, ମୁଣ୍ଡରେ ଫୁଲ ମାଳ ଓ ପାନ ପତ୍ର, ବେକରେ ହାର, କାନଫୁଲ ଓ ପାଦରେ ଅଳତା ପିନ୍ଧିବା ବେଳେ ପୁରୁଷମାନେ  ଧଳା ଧୋତି ଏବଂ ସମ୍ବଲପୁରୀ ହ୍ୱାଇଟ ସାର୍ଟ ପିନ୍ଧନ୍ତି।

ବେକରେ ପତ୍ରରେ ତିଆରି ହାର। ଆଉ ଅଣ୍ଟାରେ ଲାଲି ରଂଗର ଗାମୁଛ। ମୁଣ୍ଡରେ ଗାମୁଛା ବାନ୍ଧି ମୟୁର ପୁଛ ଲଗାନ୍ତି।

Tags: #Rasarkeli #Folkdance #Sambalpur #WesternOdisha #Odisha #Nuakhai

Comment