ଓଡ଼ିଶାଲାଇଭ୍ ବ୍ୟୁରୋ

(କୋରାପୁଟ): ବିଦ୍ୟୁତ୍ ଆଘାତରେ କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଦିଗାପୁର ଏସଏସଡି ହାଇସ୍କୁଲ ଦଶମ ଶ୍ରେଣୀ ଛାତ୍ରୀ ସବିତା ମାଠପଢ଼ିଆଙ୍କର ମୃତ୍ୟୁ ହୋଇଛି। ସବିତା ଛାତ୍ରୀ ନିବାସରେ ରହି ପାଠ ପଢ଼ୁଥିଲେ। ସବିତା ବିଦ୍ୟାଳୟ ପରିସରରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟ ନିକଟରେ ଛିଡ଼ା ହୋଇଥିବା ସମୟରେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ବିଦ୍ୟୁତ୍ ଆଘାତରେ ସେ କିଛି ଦୂର ଛିଟିକି ପଡ଼ିବା ସହ ଅଚେତ ହୋଇଯାଇଥିଲେ।

ତୁରନ୍ତ ତାଙ୍କୁ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସବିତାଙ୍କୁ ମୃତ ଘୋଷଣା କରିଥିଲେ। ଛାତ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବୈପାରିଗୁଡ଼ା ଥାନାରେ ଲିଖିତ ଭାବେ ଜଣାଇବା ପରେ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Tags: #Death #StudentDeath #ElectricShock #10thClassStudent #Koraput #DigapurSSDHighSchool

Comment