ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ଭ୍ରମଣ କରୁଛି ‘ଅହିଂସା ରଥ’। ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି ଏବଂ ଜନସାଧାରଣଙ୍କ ଭିତରେ ଦେଶପ୍ରେମର ଜାଗରଣ ସୃଷ୍ଟି କରିବା ପାଇଁ ‘ଅହିଂସା ରଥ’ ସୋମବାର ଦିନ ବାରିପଦା ସହରରେ ପହଞ୍ଚିଥିଲା। ଏହି ରଥକୁ ବାରିପଦା ପୌରପରିଷଦ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।

ବାରିପଦାଠାରେ ‘ଅହିଂସା ରଥ’ ପହଞ୍ଚିବା ପରେ ବହୁ ସଂଖାରେ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ଯୁବପିଢ଼ି ଏକତ୍ରିତ ହୋଇ ରଥକୁ ସହର ମଧ୍ୟକୁ ପାଛୋଟି ନେଇଥିଲେ। ପରେ ବାରିପଦା ପୌରପରିଷଦ ପ୍ରଙ୍ଗଣରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଦେଶକୁ ସ୍ଵାଧୀନତା ଦେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଜନନାୟକମାନଙ୍କ ସ୍ମୃତି ଚାରଣ କରାଯାଇଥିଲା।

Tags: #Baripada #AhimsaRatha #Mayurbhanj

Comment