ଓଡ଼ିଶାଲାଇଭ୍ ବ୍ୟୁରୋ

(କୋରାପୁଟ): କୋରାପୁଟ-ରାୟଗଡ଼ା ରେଳ ଲାଇନର ଦୋହରୀକରଣ ଚାଲୁଥିବାବେଳେ କୁସୁମଗୁଡ଼ା ୨ନମ୍ବର ଟନେଲ ଭିତରକୁ ମାଟି ଅତଡ଼ା ଧସି ଦୁଇ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଲକ୍ଷ୍ମୀପୁର ଥାନା ବୁର୍ଜା ଗ୍ରାମର ରବି ପ୍ରେପେକା ଓ ଆସାମ ରାଜ୍ୟ ବରପେଟା ଜିଲ୍ଲା ମାଜଗାଁ ଗ୍ରାମର ଜୋହରୁଦ୍ଦିନ।

କୁସୁମଗୁଡ଼ା ଗ୍ରାମ ନିକଟରେ ୨ ନମ୍ବର ଟନେଲରେ ବୁଧବାର ଦିନ କାମ ଚାଲିଥିଲା। ଦୁଇ ଜଣ କାମ କରୁଥିବା ସମୟରେ ଟନେଲ ଭିତରକୁ ମାଟି ଅତଡ଼ା ଧସି ପଡ଼ିଥିଲା। ପରେ ଶ୍ରମିକ ଦୁଇଜଣଙ୍କୁ ଉଦ୍ଧାର କରି ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା। କିନ୍ତୁ ଡାକ୍ତରଖାନାରେ ରବି ଏବଂ ଜୋହରୁଦ୍ଦିନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ନେଇ କାକିରିଗୁମା ଥାନାରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଦାମୋଦର ବିହାରୀ କହିଛନ୍ତି।

Tags: #Accident #Death #RailwayLine #RailwayTunnel #Labour #Rayagada #Koraput

LEAVE A REPLY

Please enter your comment!
Please enter your name here