ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ବିଦ୍ୟାଳୟ ପାଚେରି କାନ୍ଥ ଭୁଶୁଡ଼ି ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ବିଚିକଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ମୃତ ଛାତ୍ରୀ ହେଲେ ଆହୁତି ଶବର।

ଶୁକ୍ରବାର ମଧ୍ୟାହ୍ନରେ ଆହୁତି ଶୌଚ ହେବାକୁ ଯାଇ ଫେରିବା ସମୟରେ ବିଦ୍ୟାଳୟ ପାଚେରି କାନ୍ଥ ପଡ଼ିଯାଇଥିଲା। ଛାତ୍ରୀ ଜଣକ କାନ୍ଥ ତଳେ ଦବି ଯାଇଥିଲେ। ଗୁରୁତର ଅବସ୍ଥାରେ ଆହୁତିକୁ ଉଦ୍ଧାର କରି ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ଆହୁତିଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ପଦ୍ମପୁର ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ସୁବାସ ଚନ୍ଦ୍ର ଶବର ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ମୃତ ଛାତ୍ରୀଙ୍କ ପରିବାରକୁ ଭେଟିବା ସହ ଘଟଣାର ସ୍ଥିତି ଅନୁଧ୍ୟାନ କରିଛନ୍ତି।

Tags: #Rayagada #School #WallCollapses #Student #Death

Comment