ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): କୋରାପୁଟ ଜିଲ୍ଲା ନନ୍ଦପୁର ବନାଞ୍ଚଳ ଓ ଆନ୍ଧ୍ରପ୍ରଦେଶର ଆରକୁ ବନାଞ୍ଚଳରୁ କେରଳକୁ ଚୋରାରେ ଚାଲାଣ କରାଯାଉଥିବା ଚନ୍ଦନ କାଠକୁ ଜବତ କରିଛି ସେମିଳିଗୁଡ଼ା ପୋଲିସ। ପ୍ରାୟ ୧୩୦ କେଜି ଚନ୍ଦନ କାଠ ଜବତ କରାଯାଇଥିବାବେଳେ ଏଥିରେ ସମ୍ପୃକ୍ତି ଥିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁସାରେ କୋରାପୁଟରୁ ଏକ କମାଣ୍ଡରରେ ଚନ୍ଦନ କାଠ ରାୟପୁରକୁ ନିଆଯାଇଥିଲା। ସେଠାରୁ ଏହାକୁ କେରଳ ଚାଲାଣ କରାଯାଉଥିବା ଖବର ପାଇ ସେମିଳିଗୁଡ଼ା ପୋଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଚନ୍ଦନ ବୋଝେଇ କମାଣ୍ଡରକୁ ଜାନିଗୁଡ଼ାଠାରେ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଗାଡ଼ିରୁ ୧୩୦ କେଜି ଚନ୍ଦନ କାଠ, ୪,୨୦୦ ଟଙ୍କା, ଦୁଇଟି ମୋବାଇଲ ଏବଂ ଗାଡ଼ିକୁ ଜବତ କରାଯାଇଛି।

ଏଥିରେ ସମ୍ପୃକ୍ତି ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ କେରଳର ‌କଶାରଗଡ଼ ଜିଲ୍ଲା ବାଡ଼ିଆଡୁକା ଥାନା ଅଞ୍ଚଳର ଅବଦ୍ଦୁଲ ରେହମାନ(୫୦) ଓ ଅଧୁର ଥାନା ଅନ୍ତର୍ଗତ କେ. ଉମର (୨୬)। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

Tags: #Koraput #SandalWood #Seized #SemiligudaPolice

LEAVE A REPLY

Please enter your comment!
Please enter your name here