ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବ୍ୟାଙ୍କ ଅଫ ବରୋଦା ବାରିପଦା ଶାଖା କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି। ସୋମବାର ରାତି ପ୍ରାୟ ୧୧ଟା ସମୟରେ ବ୍ୟାଙ୍କରେ ନିଆଁ ଲାଗିଯାଇଥିଲା। ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ।

ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ବାରିପଦା ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବ୍ୟାଙ୍କରେ ଥିବା ଟେବୁଲ ଚେୟାର ତଥା ଅନେକ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଅଗ୍ନିକାଣ୍ଡ ଯୋଗୁଁ ନଷ୍ଟ ହୋଇଥିବା ଜଣାପଡ଼ିଛି। ଏହାର ତଦନ୍ତ ପରେ ସମ୍ପୂର୍ଣ୍ଣ କ୍ଷୟକ୍ଷତି ବିଷୟରେ ଜଣାପଡ଼ିବ ବୋଲି ପୋଲିସ କହିଛି।

Tags: #Baripada #Fire #MajorFire #BankOfBaroda #BaripadaBranch

Comment