ଓଡ଼ିଶାଲାଇଭ୍ ବ୍ୟୁରୋ

ବେଆଇନ ଭାବେ ଚାଲାଣ କରାଯାଉଥିବା ପ୍ରାୟ ଦୁଇ କୁଇଣ୍ଟାଲ ଚନ୍ଦନ କାଠ ଜବତ କରିଛି କୋରାପୁଟ ଜିଲ୍ଲା ପାଡୁଆ ପୋଲିସ। ଜବତ ଚନ୍ଦନ କାଠର ମୂଲ୍ୟ ୧୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ମଙ୍ଗଳବାର ଦିନ ପ୍ରାୟ ୨ କୁଇଣ୍ଟାଲ ୧୪ କେଜି ୭୦୦ ଗ୍ରାମର ଚନ୍ଦନ କାଠକୁ ଜଳପଥରେ ନେବା ଲାଗି ଡଙ୍ଗାରେ ଲୋଡ କରାଯାଉଥିଲା। ୧୨ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଚନ୍ଦନ କାଠକୁ ଚମ୍ପାପୁଟ କୁଲାରସିଂ ନଦୀ ଘାଟରୁ ପଶ୍ଚିମବଙ୍ଗକୁ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିଲା। ସୂଚନା ପାଇ ପାଡ଼ୁଅ ପୋଲିସ୍ ଚଢ଼ଉ କରି ଚନ୍ଦନ କାଠ ଜବତ କରିଥିବା ନନ୍ଦପୁର ଏସଡିପିଓ ନୂଚନା ଦେଇଛନ୍ତି।

Tags: #Sandalwood #Seized #Koraput #Police

LEAVE A REPLY

Please enter your comment!
Please enter your name here