ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ପୋଢ଼ ଆକ୍ରମଣରେ ଜଣେ ଅଙ୍ଗଳବାଡ଼ି କର୍ମୀଙ୍କର ମୃତ୍ୟୁ ହୋଇଛି। ଏହିଭଳି ଅଭାବନୀୟ ଘଟଣା ଘଟିଛି ଜୟପୁର ସଦର ଥାନା ଅନ୍ତର୍ଗତ ଫାମ୍ପୁଣି ଗ୍ରାମରେ। ମୃତକ ହେଲେ ବୃନ୍ଦାବତୀ ପରଜା।

ବୃନ୍ଦାବତୀ ବୁଧବାର ସକାଳେ ନିଜ ନିଜ ସ୍ୱାମୀ ଓ ୩ ବର୍ଷର ପୁଅ ସହ ବାଇକ୍‌ରେ ମନ୍ଦିର ଯାଉଥିଲେ। ଫାମ୍ପୁଣିର ହାଟପଦା ନିକଟରେ ଏକ ପୋଢ଼ ସେମାନଙ୍କୁ ଆକ୍ରମଣ କରିଥିଲା। ଫଳରେ ବୃନ୍ଦାବତୀ ବାଇକ୍‌ରୁ ଖସି ପଡ଼ିଥିଲେ ଏବଂ ଏକ ପଥରରେ ତାଙ୍କ ମୁଣ୍ଡ ପିଟି ହୋଇ ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା।

ତାଙ୍କୁ ତୁରନ୍ତ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବୃନ୍ଦାବତୀ ଫାମ୍ପୁଣି ଅଙ୍ଗନବାଡ଼ି କେନ୍ଦ୍ରରେ କର୍ମୀ ଭାବେ କାର୍ଯ୍ୟ କରୁଥିଲେ।

Tags: #Joypure #Death #Attack #AnganwadiWorker #BrundabatiParaja

Comment