ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଆନ୍ଧ୍ରପ୍ରଦେଶ ବିଜୟୱାଡା ସହରର ଜିମଖାନା ପଡ଼ିଆରେ ଥିବା ବାଣ ଦୋକାନରେ ଅଗ୍ନିକାଣ୍ଡ ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦୀପାବଳିରେ ବାଣ ବିକ୍ରି ପାଇଁ ବିଜୱାଡା ସହରର ଜିମଖାନା ପଡ଼ିଆରେ ବାଣ ବ୍ୟବସାୟିଙ୍କୁ ଅନୁମତି ମିଳିଥିଲା। ପ୍ରାୟ ୬୦ଟି ଦୋକାନ କରି ବାଣ ବିକ୍ରି ଚାଲିଥିଲା। କିନ୍ତୁ କୌଣସି କାରଣରୁ ରବିବାର ଦିନ ଏଠାରେ ଥିବା ବାଣ ଦୋକାନରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ଯୋଗୁଁ ଆଖିପିଛୁଳାକେ ୩ଟି ବାଣ ଦୋକାନ ଜଳିଯାଇଥିଲା। ଏହି ଅଗ୍ନିକାଣ୍ଡରେ ଘଟଣା ସ୍ଥଳରେ ହିଁ ଦୁଇ ଜଣ ପ୍ରାଣ ହରାଇଥିଲେ ଏବଂ ୩ ଜଣ ଗୁରୁତର ଆହତ ହୋଇଥିଲେ।

ଖବର ପାଇ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବାବେଳେ ପୋଲିସ୍ ଆହତ ୩ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ପୋଲିସ୍ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Tags: #Cracker #CrakerUnit #TwoDead #Fire

Comment