ଓଡ଼ିଶାଲାଇଭ୍ ବ୍ୟୁରୋ

ଗୟଳ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଗଙ୍ଗାଧର ନାୟକଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।

ନୟଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ କୋରପିଠା ଗ୍ରାମର ଗଙ୍ଗାଧର ନାୟକ ଶୁକ୍ରବାର ଦିନ ଶୁଳିଆ ସଂରକ୍ଷିତ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ଏହି ସମୟରେ ଏକ ଗୟଳ ତାଙ୍କୁ ଆକ୍ରମଣ କରିଥିଲା। ଗୟଳ ଆକ୍ରମଣରେ ଗଙ୍ଗାଧର ଲହୁଲୁହାଣ ହୋଇ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ନିକଟରେ ଥିବା କିଛି ମହିଳା ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଓଡ଼ଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Tags: #Death #Nayagarh #Ox #Gayala #Odagaon

Comment