ଓଡ଼ିଶାଲାଇଭ୍ ବ୍ୟୁରୋ

ନିୟୁ ଇଣ୍ଡିଆ ଲିଟେରାସି କାର୍ଯ୍ୟକ୍ରମରେ ଯୋଡ଼ି ହେବ ଓଡ଼ିଶାର ୭ଟି ଜିଲ୍ଲା। ସାକ୍ଷରତା କ୍ଷେତ୍ରରେ ପଛରେ ପଡ଼ିଥିବା ଜିଲ୍ଲାଗୁଡ଼ିକରେ ସାକ୍ଷରତା ହାର ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ନିୟୁ ଇଣ୍ଡିଆ ଲିଟେରାସି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ୭ଟି ଜିଲ୍ଲା ହେଉଛି କଳାହାଣ୍ଡି, କୋରାପୁଟ, ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା ଏବଂ ଗଜପତି। ୨୦୧୧ ଜନଗଣନା ଅନୁସାରେ ଏହି ଜିଲ୍ଲାଗୁଡ଼ିକରେ ସାକ୍ଷାରତା ହାର କମ ରହିଥିଲା।

ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ପାଠ ପଢ଼ିନଥିବା କିମ୍ବା ଅଧାରୁ ପାଠପଢ଼ା ଛାଡ଼ିଥିବା ୧୫ରୁ ୩୫ ବର୍ଷ ବୟସ୍କଙ୍କୁ ଚିହ୍ନଟ କରାଯାଇ ସାକ୍ଷର କରାଯିବ। ଏହି ଲିଟେରାସି କାର୍ଯ୍ୟକ୍ରମ ନିମନ୍ତେ ପ୍ଲାନ ପ୍ରସ୍ତୁତ କରିବା ଲାଗି ଏହି ୭ ଜିଲ୍ଲାର ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ। ଏହି କାର୍ଯ୍ୟକ୍ରମରେ ଯୋଡ଼ି ହେବାକୁ ଥିବା ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରିବା ସହ ଏଥିପାଇଁ କେତେ ବଜେଟ ରହିବ ସେ ସମ୍ପର୍କରେ ତଥ୍ୟ ଦେବାକୁ କୁହାଯାଇଛି। ଏହି ତଥ୍ୟ କେନ୍ଦ୍ର ସରକାରଙ୍କୁ ପ୍ରେରଣ କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।

ଏହି ଲିଟେରାସି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଵେଛାସେବୀ ସଂଗଠନ, ଏନଏସଏସ ଓ ଏନସିସି କ୍ୟାଡେଟ ସମେତ ଜିଲ୍ଲାର ଶିକ୍ଷକମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ଲୋକମାନଙ୍କୁ ଶିକ୍ଷାଦାନ କରିବେ।

Tags: #Education #Literacy #Odisha #LiteracyRateinOdisha #NewIndiaLiteracy

Comment