ଓଡ଼ିଶାଲାଇଭ୍ ବ୍ୟୁରୋ

ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ଵକପରେ ଭାରତ ଓ ପାକିସ୍ତାନ ଦଳ ସେମିଫଇନାଲରେ ପ୍ରବେଶ କରିଛନ୍ତି। ରବିବାର ସୁପର ୧୨  ଗ୍ରୁପ-୨ ରେ ଖେଳାଯାଇଥିବା ମ୍ୟାଚ୍‌ଗୁଡ଼ିକରୁ ଏହା ସ୍ପଷ୍ଟ ହୋଇଛି। ପୂର୍ବରୁ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଦଳ ମଧ୍ୟ ସେମିଫଇନାଲରେ ପ୍ରବେଶ କରିଥିଲା। ଏବେ ସେମିଫିନାଲରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଏବଂ ଭାରତ ଓ ଇଂଲଣ୍ଡ ମୁହାଁମୁହିଁ ହେବେ।

ସୁପର ୧୨ ଗ୍ରୁପ-୨ ରେ ଭାରତ ଚାରିଟି ମ୍ୟାଚ୍ ଜିତି ଶୀର୍ଷରେ ରହିଥିବାବେଳେ ପାକିସ୍ତାନ ଦ୍ଵିତୀୟ ସ୍ଥାନ ଅଧିକାର କରିଛି। ଆଗକୁ ଖେଳାଯିବାକୁଥିବା ସେମିଫଇନାଲରେ ଏହି ଦୁଇ ଦଳ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡକୁ ଭେଟିବେ।

ରବିବାର ଭାରତ ନିଜର ଶେଷ ମ୍ୟାଚରେ ଜିମ୍ବାୱେକୁ ୭୧ରନରେ ପରାସ୍ତ କରିଥିଲା। ଭାରତ ଦେଇଥିବା ୧୮୭ ରନର ଲକ୍ଷକୁ ପିଛା କରି ଦଳ ୧୧୫ ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଏହି ମ୍ୟାଚ ଜିତି ଭାରତ ନିଜ ଗ୍ରୁପରେ ପ୍ରଥମ ସ୍ଥାନ ଅଧିକାର କରିବାରେ ସଫଳ ହୋଇଥିଲା

ଗ୍ରୁପ-୨ରେ ନେଦରଲାଣ୍ଡ୍ ଠାରୁ ଦକ୍ଷିଣ ଆଫ୍ରିକା ପରାଜିତ ହେବାପରେ ବିଶ୍ଵକପରୁ ବାଦ ପଡ଼ିଯାଇଥିଲା। ଫଳରେ ପାକିସ୍ତାନ ଓ ବାଂଲାଦେଶ ଉଭୟଙ୍କ ସେମିଫାଇନାଲ ଯିବା ରାସ୍ତା ପରିଷ୍କାର ହୋଇଯାଇଥିଲା। ପରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ୫ ୱିକେଟ୍‌ରେ ବାଂଲାଦେଶକୁ ପରାସ୍ତ କରି ଏହି ମଉକାର ଫାଇଦା ଉଠାଇଥିଲା। ୧୦ ଦିନ ତଳେ ଜିମ୍ବାୱେଠାରୁ ପରାଜିତ ହୋଇ ବିଦାୟ ଦ୍ଵାରରେ ଉପନୀତ ହୋଇଥିବା ପାକିସ୍ତାନ ଚମତ୍କାର ପ୍ରତ୍ୟବର୍ତନ କରିବା ସମସ୍ତଙ୍କୁ ଆଚମ୍ବିତ କରିଛି।

ଆସନ୍ତା ନଭେମ୍ବର ୯ ତାରିଖରେ ସିଡନୀ ଠାରେ ପ୍ରଥମ ସେମିଫଇନାଲ ମ୍ୟାଚରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଖେଳିବାକୁ ଥିବା ବେଳେ ୧୦ ତାରିଖରେ ଆଡିଲେଡରେ ଦ୍ଵିତୀୟ ସେମିଫଇନାଲ ମ୍ୟାଚରେ ଭାରତ ଓ ଇଂଲଣ୍ଡ ମୁହାଁମୁହିଁ ହେବେ।

Tags: #ICC #T20WorldCup #India #Pakitan #Semifinal #Netherland #England

Comment