ଓଡ଼ିଶାଲାଇଭ୍ ବ୍ୟୁରୋ

 “ମୋର ଆଉ ମନେ ପଡ଼ୁନି ମୁଣ୍ଡରେ ଚୁଟି ଥିବାବେଳେ ମୁଁ କେମିତି ଦେଖାଯାଉଥିଲି। ଛୋଟବେଳେ ପତଳା ଓ ଗୋରା ଥିଲି। ସେତେବେଳେ ହିପ୍ପି ଷ୍ଟାଇଲ ବହୁତ ଚାଲିଥିଲା। ମୋର ଲମ୍ବା ଓ ଖଇରିଆ ଚୁଟି ଥିଲା। ଯିଏ ଦେଖିଥିଲା ଭାବୁଥିଲା ସାହେବ ଘର ଛୁଆ ବୋଲି”, କହନ୍ତି ବରିଷ୍ଠ ଅଭିନେତା, ଭଏସଓଫର ଏବଂ ଡବିଂ ଆଟିଷ୍ଟ୍ ବିରେନ ମିଶ୍ର।

ବିରେନ ମିଶ୍ର… ଓଡ଼ିଶାର ଖ୍ୟାତନାମା ଅଭିନେତା, ଭଏସଓଫର ଓ ଡବିଂ ଆଟିଷ୍ଟ୍। ନିଜର ସ୍ଵତନ୍ତ୍ର କଣ୍ଠସ୍ଵର ପାଇଁ ସେ ଘରେ ଘରେ ପରିଚିତ। ଭଏସଓଫର ଓ ଡବିଂ ଆଟିଷ୍ଟ୍ ଭାବେ ବିରେନଙ୍କର ରହିଛି ଦୀର୍ଘ ବର୍ଷର ଅଭିଜ୍ଞତା। ନିଆରା ସ୍ଵର ପାଇଁ ତାଙ୍କୁ ଅଭିନୟରେ ମିଳିଥିଲା ବ୍ରେକ୍। ବିଭିନ୍ନ ସିନେମା ଓ ଧାରାବାହିକରେ ନିଜର ଦମଦାର ଅଭିନୟ ଓ ଲୁକ୍ ପାଇଁ ସେ ଚର୍ଚ୍ଚା ସାଉଁଟିଥିଲେ। ବିରେନଙ୍କ ଲୁକ୍ ପଛରେ ରହିଛି ଏକ କାହାଣୀ।

“ସେତେବେଳେ ଚାଲିଥାଏ ଫୁଟବଲ୍ ବିଶ୍ଵକପ୍। ଲଣ୍ଡା ମୁଣ୍ଡ ହେଇ ଫ୍ରେଞ୍ଚ କଟ୍ ଦାଢ଼ି ରଖି ଜଣେ ଫ୍ରେଞ୍ଚ୍ ଗୋଲ୍‌କିପର୍ ଥିଲେ। ତାଙ୍କ ଷ୍ଟାଇଲ ମତେ ଭାରି ଭଲ ଲାଗିଥିଲା। କିଛି ଦିନ ପରେ ମୋର ଜଣେ ସାଙ୍ଗ ଆମେରିକାରୁ ଫେରିଥିଲା… ସେ ମଧ୍ୟ ସମାନ ଷ୍ଟାଇଲ କରିଥିଲା। ମୁଁ ମନେ ମନେ ଭାବିଲି ମୁଁ ବି ଏମିତି ହେୟାର ଷ୍ଟାରଲ କରିବି। ସାଲୁନ ଯାଇ ସବୁ ଚୁଟି କାଟିଦେଲି ଆଉ ଫ୍ରେଞ୍ଚ କଟ୍ ଦାଢ଼ି ରଖିଲି। ସେବେଠୁ ଏ ଲୁକ୍ ଚାଲିଛି” କହନ୍ତି ବିରେନ ମିଶ୍ର।

ଓଡ଼ିଆ ସିନେମା, ଟେଲିଭିଜନ ଏବଂ ଯାତ୍ରା ତିନୋଟି ଯାକ ଇଣ୍ଡଷ୍ଟ୍ରିରେ ଦେଖିବାକୁ ମିଳିଛି ବିରେନଙ୍କ ନିଖୁଣ ଅଭିନୟ ତାଙ୍କ ଅଭିନୟ ଯେମିତି ନିଆରା ତାଙ୍କ ଭଏସ ବି ସେମିତି ଭିନ୍ନ ଅଭିନୟ ଏବଂ ଭଏସଓଭର ତଥା ଡବିଂ କ୍ଷେତ୍ରରେ ବିରେନଙ୍କ ଦୀର୍ଘଦିନର ଅନୁଭୂତି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଓଡ଼ିଶାଲାଇଭର ସ୍ଵତନ୍ତ୍ର ସାକ୍ଷାତକାର ଦେଖନ୍ତୁ ସଂପୂର୍ଣ୍ଣ ଭିଡିଓ

 Tags: #BirenMishra #LifeStory #SpecialInterview #BaldLook

Comment