ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ତେଲେଙ୍ଗାନାର ସୁର୍ଯ୍ୟପେଟ ଜିଲ୍ଲା ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା ଘଟି ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡ଼ିଛି।

ସୁର୍ଯ୍ୟପେଟ ଜିଲ୍ଲାର ମୁନାଗାଲା ନିକଟ ଜାତୀୟ ରାଜପଥରେ ଗୋଟିଏ ଟ୍ରକ ଏବଂ ଟ୍ରାକ୍ଟର ମୁଁହାମୁଁହି ଧକ୍କା ହୋଇଥିଲେ। ଟ୍ରାକ୍ଟରରେ ବସିଥିବା ସମସ୍ତେ ଏଣେତେଣେ ଛିଟିକି ପଡ଼ିଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୫ ଜଣ ଆଖି ବୁଜିଥିଲେ। 

ମୁନାଗାଲା ଉପକଣ୍ଠରେ ଥିବା ଆୟାପ୍ପା ସ୍ଵାମୀ ମନ୍ଦିରରେ ପୂଜାର୍ଚ୍ଚନା କରି ୨୫ରୁ ଅଧିକ ଲୋକ ଏକ ଟ୍ରାକ୍ଟର ଯୋଗେ ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ହୋଇଥିଲା। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଏବଂ ୪ ଜଣ ମହିଳା ଅଛନ୍ତି। ଗୁରୁତର ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାର ତଦନ୍ତ କରାଯାଉଥିବା ସ୍ଥାନୀୟ ପୋଲିସ କହିଛି।

Tags: #RoadAccident #Death #Telengana

Comment