ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ୱେଲିଂଟନରେ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି । ପ୍ରାୟ ୨ଘଣ୍ଟା ଅପେକ୍ଷା କରିବା ପରେ ମ୍ୟାଚଟିକୁ ଅଧିକରିକ ଭାବେ ରଦ୍ଦ କରିଦିଆଯାଇଛି ।

ଆଜି ଭାରତୀୟ  ସମୟ ଅନୁସାରେ ୧୨ଟା ବେଳେ ମ୍ୟାଚ ଖେଳା ହୋଇଥାନ୍ତା ୱେଲିଂଟନରେ ସକାଳୁ ଲଗାଣ ବର୍ଷା ଜାରି ରହିଥିଲାଫଳରେ ମ୍ୟାଚରେ ଟସ୍ ମଧ୍ୟ ପଡ଼ିପାରିନଥିଲା।

ଆଜିଠାରୁ ଆରମ୍ଭ ହେଇଛି ଭାରତ ନ୍ୟୁଜିଲାଣ୍ଡ କ୍ରିକେଟ୍ ସିରିଜ। ଟି-ଟ୍ୱେଣ୍ଟି ବିଶ୍ୱକପର ସେମିଫାଇନାଲରେ ଉଭୟ ଦଳ ହାରିବା ପରେ ଏହି ମ୍ୟାଚରେ ପରସ୍ପର ସହିତ ଖେଳିଥାନ୍ତେ ।

ଏବେ ଶିରିଜର ପରବର୍ତ୍ତୀ ଟି-ଟ୍ୱେଣ୍ଟି ମ୍ୟାଚ ରବିବାର ଦିନ ମାଉନ୍ଟ ମୁଆଁଗାଁୟିରେ ଖେଳାଯିବ।

Tags: #IndiaNewzealandseries #Rain #Cricket #t-20 #BCCI #Hardikpandya #kaneWilliamson

 

Comment