ଓଡ଼ିଶାଲାଇଭ୍ ବ୍ୟୁରୋ

ଯାଜପୁର ଜିଲ୍ଲା କୋରେଇ ରେଳ ଷ୍ଟେସନରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ। ଏହି ବଡ଼ ଧରଣର ଦୁର୍ଘଟଣାରେ ୩ ଜଣ ପ୍ରାଣ ହରାଇଛନ୍ତି ଓ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩ ଜଣଙ୍କ ପରିଚୟ ମିଳିଛି। ଏହି ୩ ଜଣଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। ସେମାନେ ହେଲେ ମାଆ ପାର୍ବତୀ ବିନ୍ଧାଣୀ ଓ ଝିଅ କଣ୍ଢେଇ ବିନ୍ଧାଣୀ।। ତାଙ୍କ ସହିତ ସେଠାରେ ଆଉ ଜଣେ ମହିଳା ଆବାଜୁନ୍ ବିବିଙ୍କର ମଧ୍ୟ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ନେଇ ସିଡିଏମଓଙ୍କ ସୂଚନା। ମୃତାହାତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅଶଙ୍କା କରାଯାଉଛି।

ସ୍ୱାମୀ ବଳରାମ ବିନ୍ଧାଣୀ ସ୍ତ୍ରୀ ଓ ଶାଶୂଙ୍କୁ ନେଇ କଟକ ଯିବାକୁ ଟିକେଟ୍ କରି ୱେଟିଂ ରୁମରେ ବସିଥିଲେ। ଏହି ସମୟରେ ଭୀଷଣ ଶବ୍ଦ କରି ମାଡ଼ି ଆସିଥିଲା ମାଲବାହୀ ଟ୍ରେନ୍‌। ଚାହୁଁ ଚାହୁଁ ପ୍ଲାଟଫର୍ମ ଉପରକୁ ଚଢ଼ିଯାଇଥିଲା ବଗି। ତାପରେ ଟିକେଟ୍ କାଉଣ୍ଟର ଓ ୱେଟିଂ ହଲକୁ ମାଡ଼ିଯାଇଥିଲା ବଗି। ୱେଟିଂ ରୁମରେ ଥିବା ମାଆ ପାର୍ବତୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଝିଅ କଣ୍ଢେଇଙ୍କର ଚିକିତ୍ସାଧିନ ଅବସ୍ଥାରେ ମେଡିକାଲରେ ମୃତ୍ୟୁ ହୋଇଛି।

Tags: #JajpurKoreiTrainMishap #Death #Identity #CMONaveenPatnaik #Odisha

Comment